fbpx

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଗିଂ, 17 ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଗଣିବେ ଏତିକି ଟଙ୍କା

ବ୍ରହ୍ମପୁର : ଥମିବାର ନାଁ ନେଉଛି ରାଗିଂ । ଅନେକ ପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ବିଶ୍ବବିଦ୍ୟାଳୟରେ ରାଗିଂ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତ କିଛି ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ରାଗିଂ ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 4ଜଣ ଛାତ୍ରକୁ ହଷ୍ଟେଲରୁ ବାହାର କରାଯାଇଥିବା ବେଳେ 13ଜଣ ଛାତ୍ରକୁ 1ହଜାର ଟଙ୍କା ଜରିମାନା ସହିତ ଅଣ୍ଡରଟେକିଂ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାହାର କରାଯାଇଥିବା 4ଜଣ ଛାତ୍ରକୁ ସପ୍ତାହେ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ସୂଚନା ଅନୁସାରେ, ଗତ 21 ତାରିଖରେ ନୂଆ ହଷ୍ଟେଲରେ ରହୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ଏକ ହଷ୍ଟେଲର ତୃତୀୟ ବର୍ଷର ଛାତ୍ରମାନେ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ରାଗିଂ ହୋଇଥିବା ଛାତ୍ରଜଣକ ୟୁଜିସିର ଆଣ୍ଚିରାଗିୟ ସେଲରେ ଅଭିଯୋଗ କରିଥିଲେ । ତେବେ ଏହି ଆଧାରରେ ଆଣ୍ଟି ରାଗିଂ କମିଟି ତଦନ୍ତ ଆମ୍ଭ କରିଥିଲା । 12ଜଣିଆ ଆଣ୍ଟାରାଗିଂ କମିଟି ତଦନ୍ତ କରିବା ସମୟରେ ସିସିଟିଭି ଫୁଟେଜକୁ ଜବତ କରିଖିଲେ । ଏହାକୁ ଆଧାର କରି ନିର୍ଯାତନା ଦେଇଥିବା ଛାତ୍ରକୁ ଚିହ୍ନଟ କରାଯାଇଥିଲା ।

Get real time updates directly on you device, subscribe now.