500ବର୍ଷରୁ ସମୁଦ୍ରରେ ରହୁଛି ବିଶାଳ ରାକ୍ଷସ! ଏକ ସାଙ୍ଗରେ ଗିଳୁଛି ବଡ ବଡ ଜାହାଜ ଏବଂ ମଣିଷ

ଆଜିପର୍ଯ୍ୟନ୍ତ ବି ପାଖ ମାଡୁନାହାଁନ୍ତି ବୈଜ୍ଞାନିକ

ଓଡିଶା ଭାସ୍କର : ସମୁଦ୍ର ମଝିରେ ରାକ୍ଷସ, ଯେଉଁଠି ଉଭେଇ ଯାଏ ବଡ଼ବଡ଼ ଜାହାଜ ଏବଂ ବିମାନ। ଆଜ୍ଞା ହଁ ,ବରମୁଡା triangle ଏମିତି ଏକ ସ୍ଥାନ ଯେଉଁଠାରେ ରହସ୍ୟମୟ ଭାବରେ ବଡ ବଡ ଜାହାଜ ଏବଂ ବିମାନ ଅଦୃଶ୍ୟ ହୋଇଯାଏ। ସେହି ସ୍ଥାନରେ କମ୍ପାସ କାମ କରିବା ମଧ୍ୟ ବନ୍ଦ ହୋଇଯାଏ । ଏପର୍ଯ୍ୟନ୍ତ ପାଖାପାଖି 1000 ଲୋକଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ କେହି ଜାଣିନାହାଁନ୍ତି ଏପରି ହେବା ପଛରେ ପ୍ରକୃତ କାରଣ କଣ ?

କିଏ କହେ ସେହି ସ୍ଥାନରେ ଭୁତ ଅଛି ତ କିଏ କହେ ସେହି ସ୍ଥାନରେ ଏଲିଅନ ଅଛନ୍ତି । ଆଉ କିଏ କହେ ସେଠାରେ ସମୁଦ୍ର ରାକ୍ଷସ ରୁହନ୍ତି । କିନ୍ତୁ ଆଜି ପର୍ଯନ୍ତ କେହି ବି ଏହି ରହସ୍ୟ ବିଷୟରେ ଜାଣିପାରିନାହାଁନ୍ତି।

ବରମୁଡା triangle କଣ ? କଣ ରହିଛି ଏହାର ଇତିହାସ ଏବଂ ରହସ୍ୟ?

ବରମୁଡା triangle ଉତ୍ତର ଆଟଲାଣ୍ଟିକ ମହାସାଗରରେ ଥିବା ଏକ ରହସ୍ୟମୟ ସ୍ଥାନ। ଯାହାକୁ ଡେଭିଲସ triangle ବି କୁହାଯାଏ। ଗତ 100 ବର୍ଷ ଭିତରେ 100 ରୁ ଅଧିକ ବିମାନ , ଜାହାଜ ଏବଂ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବାସ୍ତବରେ ବରମୁଡା ପାଣି ଭିତରେ ଏକ ତ୍ରୀକୋଣୀୟ ଆକୃତିର ସ୍ଥାନ ଅଟେ । ଯାହା ଆମେରିକାର ଫ୍ଲୋରିଡ଼ାଠୁ ନେଇ ପ୍ୟୁର୍ଟୋରିକୋ ଏବଂ ବରମୁଡା ଦେଶ ପର୍ଯ୍ୟନ୍ତ ରହିଛି । ସମୁଦ୍ରର ଏହି ଭାଗ ପାଖାପାଖି 5ଲକ୍ଷ କିଲୋମିଟର ଠୁ ବି ଅଧିକ ଲମ୍ବା ଅଟେ ।

ବରମୁଡା triangleର କାହାଣୀ 500ଠୁ ଅଧିକ ବର୍ଷ ପୁରୁଣା। ଏହା ବିଷୟରେ ସର୍ବପ୍ରଥମେ କ୍ରିଷ୍ଠୋଫର କଲମ୍ବସ ନାମରେ ଜଣେ ଇଟାଲୀୟ ଅନୁସନ୍ଧାନକାରି ଜଣାଇଥିଲେ। 1492 ମସିହା କଥା କ୍ରିଷ୍ଠୋଫର ସେହି ସ୍ଥାନ ଦେଇ ଯାଉଥିବା ସମୟରେ ହଠାତ୍ ତାଙ୍କ କମ୍ପାସ କାମ କରିବା ବନ୍ଦ କରିଦେଲା । ତା ପରେ ସେ ଆକାଶରେ ଏକ ରହସ୍ୟମୟ ନିଆଁ ପିଣ୍ଡୁଳା ଦେଖିଲେ । ଯାହା ସିଧା ସମୁଦ୍ରରେ ପଡ଼ିଥିଲା। ନିଜ ଜର୍ଣ୍ଣାଲରେ ସେ ଏହି ବିଷୟରେ ଲେଖିଥିଲେ।

ବରମୁଡା ଦେଇ କୌଣସି ବି ବିମାନ ଯାଇପାରି ନାହିଁ । ଆଉ ଏହାର ଉଦାହରଣ ହେଉଛି , ମିଶନ ଫ୍ଲାଇଟ୍ 19। ସୂଚନା ଅନୁଯାୟୀ 5 ଡିସେମ୍ବର 1945 ରେ ଆମେରିକା ନୌସେନା ର 5 ଟି ଟର୍ପିଟୋ ବିସ୍ଫୋରଣକାରୀ ବିମାନ ଫ୍ଲୋରିଡ଼ାରୁ ପୂର୍ବ ଆଡ଼କୁ ଯାଉଥିଲେ। ଏଥିରେ ପାଇଲଟ ସମେତ 14 ଜଣ କ୍ରିଉ ମେମ୍ବର ଥିଲେ। ସବୁକିଛି ଠିକ ଚାଲିଥିଲା। କିନ୍ତୁ 2 ଘଣ୍ଟା ପରେ ଅଚାନକ କମ୍ପାସ କାମ କରିବା ବନ୍ଦ ହୋଇଗଲା। କ୍ରୀଉ ମେମ୍ବର ଆଉ କାହା ସହିତ ସମ୍ପର୍କ କରିପାରିଲେ ନାହିଁ କି ନିଜେ କେଉଁ ସ୍ଥାନରେ ଅଛନ୍ତି ଜାଣିପାରିଲେ ନାହିଁ। 5ଟି ଯାକ ବିମାନ କୁଆଡେ ଅଦୃଶ୍ୟ ହୋଇଗଲା।

ଏହି ପ୍ଲାଇଟ 19କୁ ଖୋଜିବା ପାଇଁ ଏକ ବିମାନ ପଠାଗଲା , ଯେଉଁଥିରେ 13 ଜଣ କ୍ରୀଉ ମେମ୍ବର ଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ବିମାନ ବି କୁଆଡେ ଉଭେଇ ଗଲା। ଏହା ସେଠାରେ ପ୍ରଥମ ଘଟଣା ନଥିଲା । ଏହା ପୂର୍ବରୁ ବି ସେଠାରେ ଅନେକ ବିମାନ ଅଦୃଶ୍ୟ ହୋଇଯାଇଛି । ଯେପରିକି 1872ରେ ମ୍ୟାରି ସିଲେଷ୍ଟ , 1881ରେ ଏଲେନ୍ ଅଷ୍ଟିନ ଏବଂ 1918 ରେ ୟୁଏସଏସ ସାଇକ୍ଲୋପ।

କିଛି ଲୋକଙ୍କ କହିବା ଅନୁଯାୟୀ ବରମୁଡା ଯେଉଁ ସ୍ଥାନରେ ଅଛି ସେଠାରେ ଏକ ଭଅଁର ଅଛି, ତ ଆଉ କିଛି ଏସବୁ ଇଲିଆନ କରୁଛି ବୋଲି କହିଥାନ୍ତି।

ବୈଜ୍ଞାନିକଙ୍କ ମତରେ ଭୌଗୋଳିକ କାରଣ ଅନୁସାରେ, ସମୁଦ୍ରର ସେହି ଭାଗରେ ଚୁମ୍ବକୀୟ ଶକ୍ତି ଅଧିକ ଥାଇପାରେ ଯାହା ବିମାନ ଏବଂ ଜାହାଜକୁ ନିଜ ଆଡକୁ ଆକର୍ଷିତ କରିଥାଏ। ବରମୁଣ୍ଡା ଆଖପାଖର ପାଣିପାଗ ଉପରେ ଅନୁସନ୍ଧାନ କରି ଏହା ଜଣାପଡ଼ିଛି ଯେ , ଏଥି ପବନର ବେଗ ବହୁତ୍ ଅଧିକ , ଘଣ୍ଟା ପ୍ରତି 170 କିମି ବେଗରେ ସେଠାରେ ପବନ ବହେ । ଯେତେବେଳେ ଜାହାଜ ସେହି ସ୍ଥାନ ଦେଇ ଗତିକରେ ପବନର ବେଗ ପାଇଁ ନିଜର ଭାରସାମ୍ୟ ହରାଇବସେ। ରିସର୍ଚ୍ଚ ଅନୁଯାୟୀ ସବୁଠାରୁ ଅଧିକ ଝଡ଼ ବାତ୍ୟା ସେହି ସ୍ଥାନରେ ହୋଇଥାଏ।

ଏହି ରହସ୍ୟମୟ ସ୍ଥାନର ବରମୁଡା ପୂର୍ବରୁ ଅନେକ ଗୁଡ଼ିଏ ନାମ ଥିଲା ।
The graveyard of the Atlantic
The sea of doom ଏବଂ
sargasso graveyard
କିନ୍ତୁ ବରମୁଣ୍ଡା triangle 1964 ରେ  ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା।
Vincent gaddis ଅର୍ଗୋସି ମାଗାଜିନ୍ ରେ ଏକ article ଲେଖିଥିଲେ, ଯାହାର ଟାଇଟେଲ ଥିଲା the deadly Bermuda triangle। ଏହି articleପରେ Bermuda ବହୁତ ଲୋକପ୍ରିୟ ହୋଇଗଲା।