fbpx

Theatre Commander… ସାବଧାନ୍ ପାକିସ୍ତାନ-ଚୀନ! ଶକ୍ତି ଏକତ୍ର କରିଛି ଭାରତ, ଏଣିକି ଶତ୍ରୁକୁ ମିଳିବ ଉଚିତ୍ ଜବାବ

ନୂଆଦିଲ୍ଲୀ: ଭାରତରେ ଶାନ୍ତି ବଜାୟ ରଖିବାକୁ ହେଲେ ଦେଶର ଯବାନଙ୍କ ଯୁଦ୍ଧ ପାଇଁ ସଜାଗ ରହିବାକୁ ହେବ । ଭାରତର ତ୍ରିଶକ୍ତିକୁ ଏଥିପାଇଁ ଆହ୍ୱାନ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଶୀର୍ଷ କମାଣ୍ଡରମାନଙ୍କୁ ସମ୍ବୋଧନ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବାକୁ ସଚେତନ କରାଇଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ କିମ୍ବା ବାଂଲାଦେଶ ଭଳି ପରିସ୍ତିତିକୁ ସାମନା କରିବା ପାଇଁ ଭାରତର ‘ତ୍ରିଶକ୍ତି’ ସେନା ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ରହିବାକୁ କହିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ଭାରତର ରାଜନୈତିକ ନେତୃତ୍ୱ ସଶସ୍ତ୍ର ବଳକୁ ‘ବିକଶିତ ଭାରତ’ ଯୁଗ ପାଇଁ ପ୍ରସ୍ତୁତି ଜାରି ରଖିଛି । ଅର୍ଥାତ୍ ଏଣିକି ଭାରତ ଆମେରିକା, ଚୀନ ଏବଂ ଋଷ ଇତ୍ୟାଦି ଦେଶମାନଙ୍କ ଭଳି ଶତ୍ରୁ ରାଷ୍ଟ୍ରକୁ କଡ଼ା ଜବାବ ଦେବା ପାଇଁ ପ୍ଲାନ କରିଛି । ଚୀନ ବର୍ତ୍ତମାନ ବୈଶ୍ୱିକ ଘଟଣା ଇତ୍ୟାଦିକୁ ପ୍ରଭାବିତ କରିବା ପାଇଁ ଶକ୍ତି ହାସଲ କରିସାରିଛି । ସେହିପରି ଭାରତକୁ ମଧ୍ୟ ବୈଶ୍ୱିକ ମଞ୍ଚ ପାଇଁ ପ୍ରସ୍ତୁତ କରିବା ‘ବିଶକିତ ଭାରତ’ର ମୁଖ୍ୟ ଉଦ୍ଦେଶ୍ୟ । ଚଳିତବର୍ଷ ଭାରତୀୟ ବିଦେଶ ସେବାରେ ୫୫ ଅଧିକାରୀ ଭର୍ତ୍ତି କରାଯାଇଛି । ଏଥିରୁ ଜଣାଯାଉଛି ଯେ, ଭବିଷ୍ୟତରେ ଭାରତକୁ ଏକ ବଡ଼ କୁଟନୈତିକ ଭୂମିକା ପାଇଁ ପ୍ରସ୍ତୁତ କରିବା ମୋଦୀ ସରକାରଙ୍କ ଉଦ୍ଦେଶ୍ୟ । ଥିଏଟର କମାଣ୍ଡ ମଧ୍ୟ ସେହି ଯୋଜନାର ଏକ ଅଭିନ୍ନ ଅଙ୍ଗ, ଯାହା ପଡ଼ୋଶୀ ରାଷ୍ଟ୍ର କିମ୍ବା ଅନ୍ୟ କୌଣସି ଶତୁ ଦେଶକୁ ସାମନା କରିବାକୁ ପ୍ରସ୍ତୁତ ରହିବ ।

ତେବେ ଅନ୍ତରୀକ୍ଷ ତଥା ଇଲେକ୍ଟ୍ରୋନିକ ଯୁଦ୍ଧ କ୍ଷେତ୍ରରେ ଭାରତର କ୍ଷମତା ବିକାଶର ଆବଶ୍ୟକତା ରହିଥିବା କହିଛନ୍ତି ରାଜନାଥ ସିଂହ । ଏଥିରେ ଡାଟା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇତ୍ୟାଦି ବ୍ୟବହାର ହୋଇପାରିବ । ତେବେ ଏସବୁ ଫ୍ୟାକ୍ଟର କୌଣସି ଯୁଦ୍ଧରେ ସିଧାସଳଖ ଭାବରେ ସାମିଲ ହୋଇ ନଥାନ୍ତି, କିନ୍ତୁ ସେମାନଙ୍କ ଅପ୍ରତ୍ୟେକ୍ଷ ଭାଗିଦାରୀ ଯୁଦ୍ଧର ମୋଡ଼ ପରିବର୍ତ୍ତନ କରିପାରେ ।

ଅନ୍ୟ ପକ୍ଷରେ ଚୀନ୍, ପାକିସ୍ତାନ ଏବଂ ହିନ୍ଦ ମହାସାଗର ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ ସହିତ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସେନା ପ୍ରମୁଖ ଜେନେରାଲ ଅନୀଲ ଚୌହାନ । ଏ ନେଇ ସରକାର ଶେଷ ନିଷ୍ପତ୍ତି ନେବେ । ଏହି ଥିଏଟର କମାଣ୍ଡ ଅନୁସାରେ, ଯେକୌଣସି ସୀମାରେ ସ୍ଥଳସେନାରୁ ବାୟୁସେନା ପର୍ଯ୍ୟନ୍ତ ସମସ୍ତ ନିଷ୍ପତ୍ତି ଜଣେ କମାଣ୍ଡର ନେଇଥାନ୍ତି । ଅର୍ଥାତ୍ ସ୍ଥଳ, ବାୟୁ ଏବଂ ନୌସେନା ପାଇଁ ବର୍ତ୍ତମାନ ଜଣେ କମାଣ୍ଡର ହିଁ ନାୟିତ୍ୱ ଗ୍ରହଣ କରିବେ । ଥିଏଟର କମାଣ୍ଡ ସହ ଜଡିତ ସମସ୍ତ ପ୍ରସଙ୍ଗରେ ସେନା ସହମତ ହୋଇଛି ଏବଂ ପ୍ରଥମ ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଏହି ନିର୍ଦ୍ଦେଶଗୁଡ଼ିକ ଏକ ସୀମା-ଏକ କମାଣ୍ଡର ନୀତିରେ କାର୍ୟ୍ୟ କରିବ, ଅର୍ଥାତ୍ ପ୍ରତ୍ୟେକ କମାଣ୍ଡରଙ୍କ ପାଖରେ ଗୋଟିଏ ସୀମା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ରହିବ ।

Get real time updates directly on you device, subscribe now.