fbpx

ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ କଲେ କିଡନ୍ୟାପ୍: ମାଗିଲେ ୧ କୋଟି, ଗୋଟିଏ ଭୁଲ୍ ପାଇଁ ଧରାପଡ଼ିଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ଧରଣର କିଡନାପିଂ ମାମଲା ସାମନାକୁ ଆସିଛି । ଏହି କିଡନାପିଂ ମାମଲାରେ ଦିଲ୍ଲୀ ପୋଲି ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରେମୀଯୁଗଳ ଏକ ପ୍ରେକ୍ଷାଳୟର ମାଲିକଙ୍କୁ କିଡନ୍ୟାପ କରି ୧ କୋଟି ଟଙ୍କା ଦାବି କରିଥିଲେ । ତେବେ ପୀଡ଼ିତଙ୍କ ପରିବାର ପକ୍ଷରୁ ସେମାନଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସାମାନ୍ୟ ଭୁଲ୍ ପାଇଁ ସେମାନେ ଧରାପଡ଼ିଛନ୍ତି ।

ଦିଲ୍ଲୀ ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗତ ୧୭ ତାରିଖରେ ପ୍ରେକ୍ଷାଳୟର ମାଲିକ ବିକାଶଙ୍କ ପୁତ୍ର ତୀନସୁଖ ସକାଳ ସମୟରେ କିଛି କିଣାକିଣି କରିବା ପାଇଁ ଯାଇଥିଲେ ସମୟରେ ପ୍ରେମୀଯୁଗଳ ତାଙ୍କୁ ପିସ୍ତଲ ଦେଖାଇ ଏକ କାରରେ ବସାଇ ଅପହରଣ କରିନେଇଥିଲେ । ଏହାପରେ ସେମାନେ ଅପହୃତଙ୍କ ପରିବାରବର୍ଗଙ୍କୁ କଲ୍ କରି ୧ କୋଟି ଟଙ୍କା ମାଗିଥିଲେ । ଏହାପରେ ବିକାଶ ୫୦ ଲକ୍ଷ ଧରି ପହଞ୍ଚିବା ପରେ ପ୍ରେମୀଯୁଗଳ ତାଙ୍କୁ ୩୦ କିମି କାରରେ ଦିଲ୍ଲୀ ସାରା ବୁଲାଇଥିଲେ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ଦାୟର ହେବା ପରେ ପୋଲିସ ଟେକ୍ନିକାଲ ସର୍ଭିଲାନ୍ସ ଓ ସିସିଟିଭି ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପରେ ଏହି ମାମଲାର ୪ ଜଣଙ୍କୁ ପୋଲିସ କରିବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.