ପୁରୀ ସମୁଦ୍ରରେ ବଡ଼ ଅଘଟଣ: ଲହଡ଼ି ଭାଙ୍ଗିଲାବେଳେ ଅର୍ନ୍ତଧ୍ୟାନ ହୋଇଗଲେ ଭଦ୍ରକ ଯୁବକ

ପୁରୀ: ପୁରୀ ସମୁଦ୍ରରେ ଲହଡ଼ି ଭାଙ୍ଗିଲାବେଳେ ହଜିଗଲେ ଯୁବକ । ସମୁଦ୍ରରେ ବୁଡ଼ିଯାଇ ଯୁବକ ନିଖୋଜ ହୋଇଥିବା ସୂଚନା ।

ଦିଗବାରେଣି ଖୁଣ୍ଠି ୪ନଂ ଲେନ୍ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଥିବା ଖବର ପ୍ରକାଶ ପାଇଛି ।

ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଯୁବକଜଣକ ବୁଡ଼ି ଯାଇଥିବା କୁହାଯାଉଛି । ଯୁବକଙ୍କ ଉଦ୍ଧାରରେ ୨ଟି ଲାଇଫଗାର୍ଡ ଟିମ୍ ନିୟୋଜିତ ହୋଇଛନ୍ତି ।

ନିଖୋଜ ଯୁବକ ଜଣକ ଭଦ୍ରକର ବୋଲି ଜଣାପଡ଼ିଛି ।