fbpx

ଭଗବତ୍ ଗୀତା-ରାମଚରିତ ମାନସ ଉପରେ କୌଣସି ବ୍ୟକ୍ତିର ଅଧିକାର ନାହିଁ… ଧର୍ମଗ୍ରନ୍ଥକୁ ନେଇ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଭଗବତ୍ ଗୀତା, ରାମଚରିତ ମାନସ ଓ ମହାଭାରତ ଭଳି ଧର୍ମଗ୍ରନ୍ଥକୁ ଖୁବ ସମ୍ମାନ ଦିଆଯାଏ । ଏହାକୁ ଏକ ଉଚ୍ଚ ସମ୍ମାନ ଦିଆଯିବା ସହ ଭକ୍ତିର ସହ ପୂଜା କରାଯାଇଥାଏ । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହାକୁ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି । ସର୍ବପୂଜ୍ୟ ଏହି ଦାର୍ମିକ ଗ୍ରନ୍ଥଗୁଡ଼ିକ ଉପରେ କୌଣସି ବ୍ୟକ୍ତି ନିଜ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ । ଗୀତା-ଭାଗବତ ପରି ଧର୍ମଗ୍ରନ୍ଥ ଗୁଡ଼ିକ ଉପରେ କୌଣସି ଜଣେ ବ୍ୟକ୍ତି କପିରାଇଟ ପାଇଁ ଦାବି କରିପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ସୂଚନା ଅନୁସାରେ, ଏକ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ପ୍ରତିଭା ଏମ ସିଂହଙ୍କ ବେଞ୍ଚ କୋର୍ଟରେ ପ୍ରସିଦ୍ଧ ତଥା ବିଦ୍ୱାନ ଆଧ୍ୟାମବିକ ନେତା ଶ୍ରୀଲ ପ୍ରଭୁପାଦଙ୍କ ଦ୍ୱାରା ଲିଖିତ ଭକ୍ତିବେଦାନ୍ତ ପୁସ୍ତକକୁ ନେଇ ଏକ ମାମଲାର ଶୁଣାଣି କରିଛନ୍ତି । ଏହି ପୁସ୍ତକ ଟ୍ରଷ୍ଟ ଦ୍ୱାରା ବର୍ତ୍ତମାନ ବିଭିନ୍ନ ୱେବସାଇଟ, ମୋବାଇଲ ଆପ୍ଲିକେସନ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ବିପକ୍ଷରେ ଦାୟର ହୋଇଥିବା ମୋକଦ୍ଦମା ଉପରେ ଶୁଣାଣି କରୁଥିବା ବେଳେ ଏଭଳି ରାୟ ଦେଇଛନ୍ତି । ୱେବସାଇଟ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଭଗବତ୍ ଗୀତା, ଧାର୍ମିକ ପୁସ୍ତକ ବା ଗ୍ରନ୍ଥ ଇତ୍ୟାଦିର କପିରାଇଟ କାର୍ଯ୍ୟର ପ୍ରସାର କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଅଦାଲତ କହିଛନ୍ତି ଯେ, ଭଗବତ୍ ଗୀତା ସର୍ବଶ୍ରେଷ୍ଠ ତଥା ପ୍ରାଚୀନ ଗ୍ରନ୍ଥ ମଧ୍ୟରୁ ଅନ୍ୟତମ । ଏଥିରେ ଭାଗବତମ୍ ପରି ଅନ୍ୟ ଗ୍ରନ୍ଥ ସହ ଲେଖକ ଦ୍ୱାରା ଲେଖା ଯାଇଥିବା ସମସ୍ତ ସାର୍ବଜନିକ ଡୋମେନ ମଧ୍ୟ ରହିଛି ।

ଏହାପରେ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, “ଏହିସବୁ ଗ୍ରନ୍ଥରେ କୌଣସି କପିରାଇଟ୍ ଦାବି କରାଯାଇପାରିବ ନାହିଁ । ତେବେ ରାମାନନ୍ଦ ସାଗରଙ୍କ ରାମାୟଣ କିମ୍ବା ବି.ଆର. ଚୋପ୍ରାଙ୍କ ମହାଭାରତ ପରି ଟେଲିଭିଜନ୍ ଧାରାବାହିକ ପରି।ଧାର୍ମିକ ଗ୍ରନ୍ଥଗୁଡ଼ିକ ଉପରେ ନିର୍ମିତ ନାଟକ କିମ୍ବା କୌଣସି ଟିଭି ଧାରାବାହିକ କପିରାଇଟ୍ ଅଧୀନରେ ସୁରକ୍ଷିତ ହୋଇପାରିବ । ଟ୍ରଷ୍ଟର କପିରାଇଟ୍ ହୋଇଥିବା କାର୍ୟ୍ୟଗୁଡ଼ିକର ୱେବସାଇଟ୍, ମୋବାଇଲ୍ ଆପ୍ଲିକେସନ୍, ୱେବ୍ ଲିଙ୍କ୍ କିମ୍ବା ସୋସିଆଲ୍ ମିଡିଆ ପୋଷ୍ଟ ସମେତ ପ୍ରିଣ୍ଟ କିମ୍ବା ଅଡିଓ-ଭିଜୁଆଲ୍ ଫର୍ମକୁ ନେଇ ଅଭିଯୁକ୍ତମାନଙ୍କୁ ତାଗିଦ୍ କରିଛନ୍ତି ହାଇକୋର୍ଟ । ଏହିଗୁଡ଼ିକୁ ପ୍ରିଣ୍ଟ କରିବା କିମ୍ବା ଜନସାଧାରଣଙ୍କ ନିକଟରେ ବିସ୍ତାର କରିବାକୁ କୋର୍ଟ ବାରଣ କରିଛନ୍ତି।

Get real time updates directly on you device, subscribe now.