fbpx

ମାମୁଁ ମଦରେ ବିଷ ମିଶାଇ ପିଇବାକୁ ଦେଲା ଭଣଜା, ଉଡିଗଲା ପ୍ରାଣ ବାୟୁ: ହତ୍ୟାର କାରଣ ଖୋଜୁଛି ପୋଲିସ

ଟାଙ୍ଗୀ (ଭାସ୍କର ନ୍ୟୁଜ୍‌): ମଦ ବୋତଲରେ ବିଷ ମିଶାଇ ମାମୁଁକୁ ପିଆଇ ହତ୍ୟା କଲା ଭଣଜା । ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାପାଇଁ ଭଣଜା ରଚିଥିଲା ସୁଚିନ୍ତିତ ଯୋଜନା । ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର ରହସ୍ୟ ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ନୟାଗଡ ଜିଲ୍ଲାର ପଟିଆମାଳ ପଞ୍ଚାୟତର କେନ୍ଦୁଆ ଜଙ୍ଗଲ ମଧ୍ୟରେ ମଦ ବୋତଲରେ ବିଷ ପିଇବାକୁ ଦେଇଦେଲା ଭଣଜା, ଆଉ ମାମୁଁ ସେହିଠାରେ ହିଁ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ପଡିଲେ । ଭଣଜା ସେଠାରୁ ଚମ୍ପଟ ମାରିଲା । ଚାନ୍ଦପୁର ପୋଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁକରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣି ପାରିଲା । ମୃତ ମାମୁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ହରିକୁଣ୍ଡବରଡି ଗ୍ରାମର ବ୍ରଜ ବିଶ୍ୱାଳ ଏବଂ ହତ୍ୟାକାରୀ ଭଣଜା ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଗ୍ରାମର ନବ ପ୍ରଧାନ ଏବଂ ତାଙ୍କର ସମ୍ପର୍କୀୟ ପୁତୁରା ଶିବ ସାହୁ । ଚାନ୍ଦପୁର ପୋଲିସ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁହେଁ ଏକ ବାଇକ ଯୋଗେ ମୃତ ବ୍ରଜ ବିଶ୍ୱାଳଙ୍କୁ ମଦ ପିଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇଥିଲେ ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.