fbpx

୨୭ ଟଙ୍କା ୫୦ରେ ମିଳିବ ‘ଭାରତ ଅଟା’, ବିଭିନ୍ନ ଆଉଟଲେଟ୍ ଓ ମୋବାଇଲ ଭ୍ୟାନ ଜରିଆରେ ବଣ୍ଟନ ହେବ

ଭୁୁବନେଶ୍ୱର: ସାରା ଦେଶରେ କମ୍ ଦାମ୍‌ରେ ଅଟା ଯୋଗାଇବେ କେନ୍ଦ୍ର ସରକାର । ଭାରତ ଡାଲି ପରେ ଅଟା ବାଣ୍ଟିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କିଲୋଗ୍ରାମ ପ୍ରତି ୨୭ଟଙ୍କା ୫୦ ପଇସା ମୂଲ୍ୟରେ ସରକାର ବଣ୍ଟନ କରିବେ ଭାରତ ଅଟା । ଆଜି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଶୁଭାରମ୍ଭ କରିଛନ୍ତି । ସାରା ଦେଶରେ ବିଭିନ୍ନ ଆଉଟଲେଟ୍ ଜରିଆରେ ବଣ୍ଟନ ହେବ ଏହି ଭାରତ ଅଟା ।

ବିଭିନ୍ନ ଆଉଟଲେଟ୍ ଓ ମୋବାଇଲ ଭ୍ୟାନ ଜରିଆରେ ଏହା ବଣ୍ଟନ ହେବ । କେନ୍ଦ୍ରୀୟ ଭଣ୍ଡାର ଓ ନାଫେଡ୍ ଜରିଆରେ ମଧ୍ୟ କେନ୍ଦ୍ର ସରକାର ଏହି ଅଟା ଯୋଗାଇ ଦେବେ । ଏହାଦ୍ୱାରା ଦେଶର ବହୁ ଗରିବ ଉପଭୋକ୍ତା ଉପକୃତ ହେବେ ବୋଲି ସରକାର କହିଛନ୍ତି ।

Get real time updates directly on you device, subscribe now.