fbpx

ସଫଳ ରହିଲା ଆଲୋଚନା, ଏବେ ସୀମାରୁ ସେନା ହଟାଇବେ ଭାରତ-ଚୀନ୍

ଭାରତ-ଚୀନ ମଧ୍ୟରେ ଜୁନ୍ ୨୨ରେ ହୋଇଥିବା ଲେଫ୍ଟିନେଣ୍ଟ ସ୍ତରର ଆଲୋଚନା ସଫଳ ହୋଇଛି । ଲଦାଖରେ ସୀମା ସ୍ଥିତି ନେଇ ଭାରତ-ଚୀନ୍ ସେନାସ୍ତରୀୟ କଥାବାର୍ତ୍ତା ସଫଳ ପରେ ସୀମାରୁ ସୈନ୍ୟ ହଟାଇବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ସେହି ଆଲୋଚନାରେ ପୂର୍ବ ଲଦାଖର ସମସ୍ତ ସଂଘର୍ଷ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଛି । ସହମତି ଅନୁସାରେ ଉଭୟ ଦେଶ ପଛକୁ ହଟାଇବେ ସୈନ୍ୟ । ମୋଲଦୋରେ ଗତକାଲରି ଆଲୋଚନା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସୀମାକୁ ନେଇ ୧୫ ଜୁନରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା । ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ରିପୋର୍ଟ ମୁତାବକ ଚୀନର ମଧ୍ୟ ୩୫ ରୁ ଅଧିକ ସେନ୍ୟ ନିହତ ହୋଇଥିଲେ । କିନ୍ତୁ ଚୀନ୍ ବର୍ତ୍ତମାନ ସୁଦ୍ଧା ନିଜର ନିହତ ସୈନ୍ୟଙ୍କ ସଂଖ୍ୟା ଦେଉନାହିଁ ।

Get real time updates directly on you device, subscribe now.