ମୁମ୍ବାଇରେ 2ଟି ଫ୍ଲାଟ… ଇଏ ହେଉଛନ୍ତି ଭାରତର ଧନୀ ଭିକାରୀ, ଯାହାଙ୍କର ସମ୍ପତ୍ତି ଶୁଣିଲେ ଆପଣ ବି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଆମେ ପ୍ରାୟତଃ ମନ୍ଦିର, ଟ୍ରେନ, ବସରେ ଭିକାରୀଙ୍କୁ ଭିକ ମାଗିବା ଦେଖିଥାଉ । ରାସ୍ତାରେ ଥାଳିଆ ଧରି ଭିକ ମାଗିଲେ ଲୋକ ମଧ୍ୟ କିଛି ଖୁଚୁରା ଦେଇଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି କି ଭିକ ମାଗିମାଗି କେହି ଧନୀ ହେବା କଥା । ମୁମ୍ବାଇରୁ ଏଭଳି ଏକ ଭିକାରୀର ଖବର ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭିକ ମାଗିମାଗି ଜଣେ ବ୍ୟକ୍ତି ଧନୀ ହୋଇଯାଇଛନ୍ତି । ଆଜି ତାଙ୍କୁ ବିଶ୍ବର ଧନୀ ବ୍ୟକ୍ତି ହିସାବରେ ଗଣନା କରାଯାଉଛି। ଉକ୍ତ ଭିକାରୀଙ୍କ ନାମ ଭରତ ଜୈନ ହୋଇଥିବା ବେଳେ ତାଙ୍କ ବୟସ 54 ବର୍ଷ । ଛୋଟ ଛୋଟ ପରିମାଣର ପଇସା ସଞ୍ଚୟ କରି ଆଜି ସେ ଧନୀ ହୋଇପାରିଛନ୍ତି । ତେବେ ତାଙ୍କର ସମ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କିରିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତାଙ୍କର ଆର୍ଥିକ ସମସ୍ୟା ଯୋଗୁଁ ସେ ଅଧ୍ୟୟନ କରିପାରିନଥିଲେ । ସେ ବିବାହିତ ହୋଇଥିବା ବେଳେ ତାଙ୍କର 2ଟି ପୁଅ ମଧ୍ୟ ରହିଛନ୍ତି । ଭରତଙ୍କ ସମ୍ପତ୍ତି ସାଢେ 7 କୋଟି ଅଟେ । ଏତେ ସମ୍ପତ୍ତି ରହିଥିଲେ ମଧ୍ୟ ସେ ମୁମ୍ବାଇର ଅନେକ ଟର୍ମିନାଲରେ ଭିକ ମାଗୁଥିବା ଦେଖିବାକୁ ମିଳିଛି । ପରିବାରର ବିରୋଧ ସତ୍ତ୍ବେ ସେ ଭିକ ମାଗିବା ଜାରି ରହିଛନ୍ତି । 40ବର୍ଷ ଧରି ଭିକ ମାଗୁଥିବା ବେଳେ ଦୈନିକ 2ରୁ 4 ହଜାର ରୋଜଗାର କରୁଛନ୍ତି । ତାଙ୍କର ମୁମ୍ବାଇରେ 2ଟି ଫ୍ଲାଟ ରହିଥିବା ବେଳେ ଏହାର ମୂଲ୍ୟ 1.4 କୋଟି ରହିଛି । ଏହା ବ୍ୟତୀତ 2ଟି ଦୋକାନ ଭଡା ଦେଇଥିବା ବେଳେ ମାସିକ 30 ହଜାର ଭଡା ମଧ୍ୟ ପାଉଛନ୍ତି ।