fbpx

(Video) ୫ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅଭିଜ୍ଞ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ପାଞ୍ଚ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିଛନ୍ତି । ଭାରତ ରତ୍ନରେ ସମ୍ମାନୀତ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣଙ୍କୁ ଛାଡି ଅନ୍ୟ ସମସ୍ତେ- ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ତଥା ପି.ବି. ନରସିହ୍ମା ରାଓ, ପ୍ରଖ୍ୟାତ କୃଷି ବୈଜ୍ଞାନିକ ଏମ.ଏସ.ସ୍ୱାମୀନାଥନ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମୃତ୍ୟୁ ପରେ ସମ୍ମାନୀତ କରିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଥିଲେ ଯେ, ଏହା ପୋଷ୍ଟ କରି ବହୁତ ଖୁସି ଲାଗୁଛି ଯେ, ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ବି. ନରସିହ୍ମା ରାଓ ଗାରୂଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବ । ଜଣେ ପ୍ରତିଷ୍ଠିତ ବିଦ୍ୱାନ ଏବଂ ରାଜନେତା ଭାବେ ନରସିହ୍ମା ରାଓ ଗାରୂ ବିଭିନ୍ନ ସାମର୍ଥ୍ୟରେ ଭାରତର ସେବା କରିଛନ୍ତି ।

Get real time updates directly on you device, subscribe now.