fbpx

ଭରତପୁର ଥାନା ବିବାଦ: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୋଲିସ

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ । ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସଙ୍କ ଆବେଦନ । ରବିବାର ଭରତପୁର ଥାନାର ନିଲମ୍ବିତ ଅଧିକାରୀଙ୍କ ସମେତ ଅନ୍ୟ ଚାରିଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ ଗୁଜରାଟ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ ।

ସୂଚନା ଅନୁସାରେ, ସୋମବାର (ଆଜି) ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ହେବାରଥିଲା । ଏହାସହ ଅନ୍ୟ ଚାରିଜଣଙ୍କର ମଧ୍ୟ ଟେଷ୍ଟା ହେବା ନେଇ ଜଣାପଡିଛି । ଅନ୍ୟପଟେ ନାର୍କୋ ଟେଷ୍ଟ ଏବଂ ବ୍ରେନମ୍ୟାପିଂ ମଧ୍ୟ କରାଯିବାର ଥିଲା । ଏହି ଟେଷ୍ଟ ପାଇଁ ଭୁବନେଶ୍ବରର ଏସଡିଜେମ୍ କୋର୍ଟ ଅନୁମତି ପ୍ରଦାନ କରିଥିଲେ ।

ପୂର୍ବରୁ ଦୀନକୃଷ୍ଣଙ୍କ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇଥିବା ବେଳେ ଶୁକ୍ରବାର ଅନ୍ୟ 4ଜଣଙ୍କ ପାଇଁ ମଧ୍ୟ ଅନୁମତି ଦିଆଯାଇଥିଲା। ଦୀନ ନିଲମ୍ବିତ ପୋଲିସ ଅଧିକାରୀମାନେ ହେଲେ ଦୀନକୃଷ୍ଣ ମିଶ୍ର, ବଳରାମ ହାଁସଦା, ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଏବଂ ସାଗରିକା ରଥ ।

Get real time updates directly on you device, subscribe now.