fbpx

(Video) ଭରତପୁର ମାମଲାରେ ସିସିଟିଭି ଫୁଟେଜକୁ ନେଇ ପ୍ରଶ୍ନବାଚୀ, କିଏ ମିଛ କିଏ ସତ ?

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ପ୍ରସଙ୍ଗ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟ ରାଜଧାନୀରୁ ଜାତୀୟ ରାଜଧାନୀକୁ ପହଞ୍ଚିଲାଣି ଭରତପୁର ବିବାଦ । ଏହି ଘଟଣାରେ 5ଜଣଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଅନେକ ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହାରି ଭିତରେ ଅନେକ ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକି ସାଧାରଣ ଜନତାଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି । ଭିଡିଓ ଦେଖିଲେ  କିଏ ଠିକ୍ କିଏ ଭୁଲ ବୋଲି ମନରେ ପ୍ରଶ୍ନ ଆସୁଛି । କିଛି ଜଣ ପ୍ରଶ୍ନ କରୁଛନ୍ତି, “ ଏତେ ମିଛ କଣ ପାଇଁ, ଭିଡିଓରେ ହାତ ଠିକ୍ ଥିଲା ଭଳି ଲାଗୁଛି ହେଲେ ହଠାତ୍ ଭାଙ୍ଗିଲା କେମିତି, ଠିକ ଭାବେ ଚାଲୁଥିଲେ ହେଲେ ହ୍ବିଲ ଚେୟାରରେ କେମିତି ।”

ତେବେ ସିସିଟିଭି ଫୁଟେଜକୁ ଦେଖି ଲୋକେ କହୁଛନ୍ତି, ମେଜର ଏବଂ ତାଙ୍କ ବାନ୍ଧବୀ ପୋଲିସ ନାଁରେ ମିଛ କହି ତାକୁ ଫସାଇବାକୁ ଚେଷ୍ଟା କରୁଛନ୍ତି । ସିସିଟିଭିରେ ଦେଖାଯାଇଛି ଯେ, ଏକ ଘରୋଇ ମେଡିକାଲରେ ତାଙ୍କ ହାତ ଭଲ ଥିଲା । କିନ୍ତୁ ଏମ୍ସ ଗଲାବେଳେ ତାଙ୍କ ହାତ ଭାଙ୍ଗି ଯାଇଛି । ଯଦି କିଛି କଳି ଝଗଡା ହୋଇଥିଲା ତ ତାହାର ସମାଧାନ ହୋଇପାରିଥାନ୍ତା, କିନ୍ତୁ ଏଭଳି ସଙ୍ଗୀନ ଅଭିଯୋଗର ଆବଶ୍ୟକତା କଣ ରହିଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କହିରଖୁଛୁକି, ତାଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା । ଯେଉଁଥିପାଇଁ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି ବୋଲି ପୀଡିତା ଜଣକ ଅଭିଯୋଗ କରିଥିଲେ । କିନ୍ତୁ ସିସିଟିଭି ଫୁଟେଜରେ ସେଭଳି କୌଣସି ଦେଖିବାକୁ ମିଳିନାହିଁ । ସବୁଆଡେ ସିସିଟିଭି ଫୁଟେଜକୁ ନେଇ ଚର୍ଚ୍ଚା ।

Get real time updates directly on you device, subscribe now.