fbpx

ଭୁବନେଶ୍ବରରେ ଖୁବଶୀଘ୍ର ଟର୍ମିନାଲ-3, ରିଭ୍ୟୁ ପରେ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ, ପୁରୀକୁ ନେଇ କହିଲେ..

ଭୁବନେଶ୍ବର: ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ । ଭୁବନେଶ୍ବରରେ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ନିକଟରେ ଆଉ ଏକ ନୂଆ ଟର୍ମିନାଲ ହେବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁ । ବର୍ଷେ ଭିତରେ ଭୁବନେଶ୍ବର ବିମାନ ବନ୍ଦରର କ୍ଷମତା  10 ଲକ୍ଷ ହେବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ପ୍ରକାଶଥାଉକି ଏବେ ଭୁବନେଶ୍ବରରୁ ବର୍ତ୍ତମାନ 20ଟି ସହରକୁ ବିମାନ ଚଳାଚଳ କରୁଛି । ତେବେ ଭୁବନେଶ୍ବର ବିମାନବନ୍ଦରର ରିଭ୍ୟୁ ପରେ ଏହି ସୂଚନା ଦେଇଛନ୍ତି ନାଇଡୁ । 2 ବର୍ଷ ଭିତରେ ନିର୍ମାଣ ଯୋଜନା କରାଯିବା ସହିତ ଖୁବଶୀଘ୍ର ରନଓ୍ବେ କ୍ୟାଟ୍ ଟୁ ଲାଇଟ୍ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡିଶାର ବିକାଶ ହେବ । 2 ବର୍ଷ ଭିତରେ ଟର୍ମିନାଲ-3 ନିର୍ମାଣ ହେବ । ନୂଆ ଟର୍ମିନାଲ ସହିତ ଡୋମେଷ୍ଟିକ ଏବଂ ଇଣ୍ଟରନ୍ୟାଲନାଲ ଯାତ୍ରୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ବର୍ତ୍ତମାନ 20ଟି ସହରକୁ ସଂଯୋଗ ହୋଇଥିବା ବେଳେ ଦେଶର ଅନ୍ୟ କିଛି ସ୍ଥାନକୁ ସଂଯୋଗ ପାଇଁ ଦାବି ହେଉଛି । ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକଗାର ସିଭିଲ ଆଭିଏସନକୁ ନେଇ ବେଶ ତତ୍ପର ରହିଛନ୍ତି । ପୁରୀରେ ଏୟାରପୋର୍ଟରୁ ନେଇ କେନ୍ଦ୍ର ସରକାରଙ୍କ ଭିଜନ କ୍ଲିୟର ରହିଛି ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁ ।

Get real time updates directly on you device, subscribe now.