fbpx

ଭୁବନେଶ୍ୱରରେ ଏୟାରପୋର୍ଟରେ ସବୁଯାତ୍ରୀଙ୍କ ହେବ ଟେଷ୍ଟ: କୋଭିଡ ସଂକ୍ରମଣକୁ ନେଇ ବିଏମସିର ପଦକ୍ଷେପ

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଗାଇଡଲାଇନ ଜାରି କଲା ବିଏମସି । ଗାଇଡଲାଇନରେ ଭୁବନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ନିର୍ଦ୍ଦେଶ । ଡବଲ ଡୋଜ୍ ଟିକା ବା ନେଗେଟିଭ ରିପୋର୍ଟ ଥିଲେ ବିି ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ପଜିଟିଭ ଆସେ, ପ୍ରୋଟୋକଲ ଅନୁସାରେ ପରବର୍ତ୍ତି ବ୍ୟବସ୍ଥା କରାଯିବ । ଶୁକ୍ରବାର ଠାରୁ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା ବିଏମସି ।

ସୂଚନା ଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଓମିକ୍ରନ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛି ବିଏମସି । ସେପଟେ ଗତକାଲି ଏସଆରସି ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.