fbpx

ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍‌

ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ ହୋଇଥିଲେ ବି ଲୋକମାନେ ଏହାକୁ ଫୁ’ କାରି ଉଡାଇ ଦେଉଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଆଜିଠାରୁ ମେ’ ୫ ଯାଏଁ କୋର୍ଟକୁ ସିଲ୍ କରିଛି ବିଏମସି । କୋଭିଡ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ କୋର୍ଟକୁ ୭ ଦିନ ପାଇଁ ସିଲ୍ କରାଯାଇଛି ।

ଏହା ପୂର୍ବରୁ ଗତକାଲି ଭୁବନେଶ୍ୱରର ୨ ନମ୍ବର ମାର୍କେଟ ବିଲଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦିଆଯାଇଛି । ବିଏମସି ଏବଂ ଡିସିପି ଜୋନାଲ୍ କମିଶନରଙ୍କ ଉପସ୍ଥିତିରେ ମାର୍କେଟକୁ ସିଲ୍ କରାଯାଇଛି । ମାର୍କେଟ ବିଲ୍ଡିଂ ପରେ ଭିଏସଏସ ନଗର ହାଟକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି ପ୍ରଶାସନ । ଅନ୍ୟପଟେ ବାପୁଜୀ ନଗର ଫାଷ୍ଟଫୁଡ଼ ଗଳିକୁ ମଧ୍ୟ ସିଲ କରିଛି BMC । ଲୋକମାନେ କୋଭିଡ କଟକଣା ମାନିନଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.