fbpx
BSKY SKY
BSKY SKY

କରୋନା କାଳରେ ପଶ୍ଚିମବଙ୍ଗରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

BSKY

କୋଲକାତା ,୨୯ ।୪: କରୋନା କାଳରେ ପଶ୍ଚିମବଙ୍ଗରେ ଆଜି ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟରମାନେ ମତଦାନ କରୁଛନ୍ତି। ଏହି ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ରହିଛି । ମୋଟ ୨୮୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି।

ତେବେ ୩୫ ବିଧାନସଭା ଆସନରେ ୮୪ ଲକ୍ଷ ୭୭ ହଜାର ୭୨୮ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ମତଦାନ ଦାନ ପାଇଁ ୧୧ ହଜାର ୮୬୦ ବୁଥ ରହିଥିବା ବେଳେ ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ମେ ୨ ତାରିଖରେ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସେହିଦିନ କେରଳ, ତାମିଲନାଡୁ, ଆସାମ, ପୁଡୁଚେରୀ ଆଦି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ୨୦୧୯ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଏହି ୩୫ଟି ବିଧାନସଭା ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୧୯, ବିଜେପି ୧୧ ଓ କଂଗ୍ରେସ ୫ଟି ଆସନରେ ଆଗୁଆ ଥିଲା ।

Get real time updates directly on you device, subscribe now.