fbpx

(Video) ବିଶ୍ୱକପ୍ ଦଳରେ Bhubaneswarଙ୍କୁ ମିଳିଲାନି ସୁଯୋଗ: ମ୍ୟାଚ ଫିନିଶ କରି BCCIକୁ ଦେଲେ ଜବାବ

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଟିମ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଭାରତର ଷ୍ଟାର ପେସ ବୋଲର ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍ ଦେଇଛି ବିସିସିଆଇ । ସ୍ୱିଙ୍ଗ ଏବଂ ପେସ ଯାଦୁରେ ମାହିର ଥିବା ଭୁବି ବିଶ୍ୱକପ ଖେଳିବା ନେଇ ଅନେକ ଚର୍ଚ୍ଚା ରହିଥିବା ବେଳେ ବୋର୍ଡ ତାଙ୍କୁ ଦଳରେ ସୁଯୋଗ ଦେଇନାହିଁ । ତେବେ ଦଳରୁ ବାଦ୍ ପଡ଼ିବା ପରେ ନିଜର ଜଲୱା ଦେଖାଇଛନ୍ତି ଷ୍ଟାର ବୋଲର ଭୁବନେଶ୍ୱର । ଯାହା ବିସିସିଆଇ ପାଇଁ ଏକ ଶିକ୍ଷା ବୋଲି କୁହାଯାଉଛି ।

ୟୁପିର ଟି-୨୦ ଲିଗରେ ନୋଏଡା ସୁପର କିଙ୍ଗସ ଏବଂ ମେରଠ ମାୱାରିକ୍ସ ମଧ୍ୟରେ ଏକ କଡ଼ା ମୁକାବିଲା ହୋଇଛି । ଏହି ମ୍ୟାଚରେ ଭୁବିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଯେଉଁଥିରେ ଭୁବି ଧୋନୀଙ୍କ ପରି ମ୍ୟାଚ ଫିନିଶର ରୂପ ନେଇଛନ୍ତି ଏବଂ ଶେଷ ଓଭରରେ ଲଗାତାର ଛକା ମାରିଛନ୍ତି । ଏହି ମ୍ୟାଚରେ ଶେଷ ଓଭରରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା । ଲଗାତାର ଦୁଇଟି ବଲରେ ଦୁଇଟି ବିଶାଳ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଭୁବି । ମାତ୍ର ୪ଟି ବଲରୁ ୨ଟି ଛକା ସହ ୧୪ ରନ୍ କରିବାରେ ସଫଳ ହୋଇଛନ୍ତି ଭୁବନେଶ୍ୱର କୁମାର । ବୋଲିଂ ପରେ ବ୍ୟାଟିଂରେ ମଧ୍ୟ ତାଙ୍କର ଏମିତି ଷ୍ଟାଇଲ ବିସିସିଆଇକୁ ଭାବିବା ପାଇଁ ବାଧ୍ୟ କରିଛି । ବିଶ୍ବକପ ଦଳରେ ଭୁବିଙ୍କୁ ସୁଯୋଗ ନ ଦେବା ନିଷ୍ପତ୍ତି କେତେ ଦୂର ଠିକ ହେବ ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।

ତେବେ ଶେଷ ଓଭରରେ ୨ଟି ଛକା ମାରିବା ପରେ ଆଉ ଏକ ଛକା ଲୋଭରେ ନିଜ ୱିକେଟ ହରାଇଛନ୍ତି ଭୁବି । କିନ୍ତୁ ଛୋଟ ଏବଂ ମହତ୍ତ୍ୱପୂର୍ଣ୍ଣ ପାଳି ୟୁପିକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । “ସ୍ୱିଙ୍ଗର ରାଜକୁମାର’ ଭାବରେ ନାଁ ପାଇଥିଲେ ଭୁବନେଶ୍ୱର କୁମାର । ନିଜ ବୋଲିଂରେ ସ୍ୱିଙ୍ଗ ସହିତ ଗତିକୁ ସଠିକ ସମୟରେ ବ୍ୟବହାର କରି ୱିକେଟ ନେବାରେ ସେ ମାହିର । କିନ୍ତୁ ଗତ କିଛି ସିରିଜରେ ପ୍ରଦର୍ଶନ ଦୁର୍ବଳ ରହିଥିବାରୁ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଚୟନ କରିଛି ବିସିସିଆଇ । ତେବେ ବିଶ୍ୱକପ ଦଳ ଚୟନ ହେବାର ଗୋଟିଏ ଦିନ ପରେ ସେ ତାଙ୍କ ଜଲୱା ଦେଖାଇଛନ୍ତି ।

Get real time updates directly on you device, subscribe now.