ଭୁବନେଶ୍ୱର: ରାଜଧାନୀଯରୁ ନିଖୋଜ ମହିଳା ଟ୍ରାଫିକ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ୱରରେ ହତ୍ୟା କରିବା ପରେ କେନ୍ଦୁଝରରେ ମୃତଦେହ ପୋତାଯାଇଥିବା କୁହାଯାଉଛି । ତଣ୍ଟିଚିପି କନଷ୍ଟେବଲଙ୍କ ହତ୍ୟା କରାଯାଇଥିବା ସ୍ୱୀକାର କରିଛି ଅଭିଯୁକ୍ତ ।
ଅଭିଯୁକ୍ତ କନଷ୍ଟବଲ ଦୀପକ ରାଉତକୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ହତ୍ୟା ପରେ ଦୀପକ କାରରେ ମୃତଦେହ କେନ୍ଦୁଝର ନେଇଥିବା ସୂଚନା ।
କେନ୍ଦୁଝରର ଏକ ନିଛାଟିଆ ଜଙ୍ଗଲରେ ମୃତଦେହକୁ ପୋତିଦେଇଥିଲା । ବ୍ୟବହୃତ କାରକୁ ଜବତ କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ସମ୍ପର୍କରେ ସୂଚନା ମିଳିପାରି ନାହିଁ । ସ୍ୱତନ୍ତ୍ର ଟିମ୍ ଘଟଣା ଯାଞ୍ଚ ଚଳାଇଛି ।