fbpx

ଭୁବନେଶ୍ୱର ଆଇ.ଆଇ.ଟି. ପକ୍ଷରୁ ସୃଷ୍ଟି ହେବ ୧୦୦ଟି ଷ୍ଟାର୍ଟଅପ୍‍

Advertisement

ଭୁବନେଶ୍ୱର: ଭୁବନେଶ୍ୱର ଆଇ.ଆଇ.ଟି. ପକ୍ଷରୁ ୧୦୦ଟି ଷ୍ଟାର୍ଟଅପ୍‍ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଆଇ.ଆଇ.ଟି.ର ନିର୍ଦ୍ଦେଶକ ଶ୍ରୀପାଦ କର୍ମାଲକର କହିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ କର୍ମାଲ୍‍କର କହିଛନ୍ତି, ଆସନ୍ତା ୧୧ ତାରିଖ ଦିନ ଏହି ଅନୁଷ୍ଠାନର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କର ପରିବର୍ତ୍ତନଶୀଳ ୧୦୦-କ୍ୟୁବ୍‍ ଷ୍ଟାର୍ଟଅପ୍‍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‍ଘାଟନ କରିବେ ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷବେଳକୁ ୨୦୩୬ ମସିହା ସୁଦ୍ଧା ୧୦୦ କୋଟି ଟଙ୍କା ମୂଲ୍ୟବିଶିଷ୍ଟ ୧୦୦ଟି ଷ୍ଟାର୍ଟଅପ୍‍ ସୃଷ୍ଟି କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ କର୍ମାଲ୍‍କର କହିଛନ୍ତି । ବର୍ତ୍ତମାନ ଅନୁସନ୍ଧାନ ଓ ଉଦ୍ୟୋଗୀ ପାର୍କ ୨୦ ହଜାର ବର୍ଗଫୁଟ ଅଞ୍ଚଳ ରହିଛି । ଆସନ୍ତା ୨ ବର୍ଷ ମଧ୍ୟରେ ଏହି ପାର୍କର ପରିସୀମାକୁ ବୃଦ୍ଧି କରାଯାଇ ୮୦ ହଜାର ବର୍ଗଫୁଟ କରିବାପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ପାର୍କ ତିଆରି କରିବାପାଇଁ ଶିକ୍ଷା ମନ୍ତ୍ରଣାଳୟ ୧୩୦ କୋଟି ଟଙ୍କା ଖର୍ଚ୍ଚ କରିବ ।

Get real time updates directly on you device, subscribe now.