KIITରେ ନେପାଳର ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୫ ଗିରଫଙ୍କୁ ମିିଳିଲା ଜାମିନ୍

KIIT ରେ ଛାତ୍ରୀ ମୃତ୍ୟୁ ଘଟଣା । ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ୍ ।

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ଟ୍ବିଷ୍ଟ ଆସିବାରେ ଲାଗିଛି । ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ 5ଜଣଙ୍କୁ ମିଳିଗଲା ଜାମିନ୍ ।

ପ୍ରକାଶଥାଉକି, ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ଇନ୍‌ଫୋସିଟି ଥାନା ପୋଲିସ । ବର୍ତ୍ତମାନ ସମସ୍ତଙ୍କୁ ଜେଏମଏଫସି କୋର୍ଟରୁ ଜାମିନ୍ ମିଳିଛି।

ଅଦାଲତ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କୁ ଜାମିନଙ୍କ ସମେତ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍‌ବଣ୍ଡରେ ଏହି ଜାମିନ୍ ପ୍ରଦାନ କରାଯାଇଛି ।

ଏହି ମାମଲାକୁ ନେଇ ବର୍ତ୍ତମାନ ଆକ୍ସନ ମୋଡରେ ରହିଛନ୍ତି ରାଜ୍ୟ ସରକାର । ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ ସ୍ଥାନ ପାଇଛନ୍ତି ।