fbpx

ଭୁବନେଶ୍ୱର: ପାଇଲଟଙ୍କୁ ଦୃଶ୍ୟ ମାନ ହେବ ରନୱେ; ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଲାଇଟ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପାଇଲଟଙ୍କୁ ଦୃଶ୍ୟ ମାନ ହେବ ରନୱେ । ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଆଲୋକ । ଘନ କୁହୁଡି ଯୋଗୁଁ ବିମାନ ଉଡାଣ ଓ ଅବତରଣ କରିବାରେ ବହୁତ ସମସ୍ୟା ଦେଖା ଦେଉଛି । ଏଣିକି ଚାଳକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ପାଇଲଟ ଙ୍କୁ ଦୃଶ୍ୟମାନ ହେବ ରନୱେ । ଏଥିପାଇଁ ବିଜୁ ପଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କ୍ୟାଟ -2 ଦୃଶ୍ୟମାନକୁ ସମ୍ପ୍ରସାରିତ କରାଯାଇଛି ।

୪୦ କୋଟି ଟଙ୍କା ବ୍ୟୟରେ ଲଗାଯାଉଛି ରନୱେରେ ସେଣ୍ଟର ଲାଇଟ । ଯାହାକି ରନୱେ ତଳେ ରହିବ । ମାର୍ଚ୍ଚ 31ସୁଦ୍ଧା ଲାଇଟିଙ୍ଗ ବ୍ୟବସ୍ଥା କାମ ସାରିବାକୁ ଲକ୍ଷ ରଖାଯାଇଛି । ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରେ ଇନଷ୍ଟରୁମେଣ୍ଟାଲ ଲଗାଯିବ । ଯାହା ଦ୍ୱାରା 300ମିଟର ଯାଏ ଦୃଶ୍ୟ ମାନରେ ବିମାନ ଅବତରଣ କରିପାରିବ । ଏବେ 500ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରୁଛି । ଏନେଇ ସୂଚନା ଦେଇଛନ୍ତି ବିଜୁପଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।

Get real time updates directly on you device, subscribe now.