fbpx

ଭୁବନେଶ୍ୱର ରେଲୱେ ଷ୍ଟେସନ୍‌କୁ ମିଳିଲା ଇଟ୍‌ ରାଇଟ୍‌ ମାନ୍ୟତା

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଯାତ୍ରୀମାନଙ୍କୁ ଉଚ୍ଚମାନର, ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ର ଭୁବନେଶ୍ୱର ରେଳ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନ ଭାବରେ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ୧ ରୁ ୫ ପର୍ଯ୍ୟନ୍ତ ରେଟିଂ ସହିତ ଖାଦ୍ୟ ନିରାପତା ଏବଂ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ ଦ୍ୱାରା ନିୟୋଜିତ ଥାର୍ଡ ପାର୍ଟି ଅଡିଟ୍‌ ଏଜେନ୍ସିର ସର୍ଭେ ସମାପ୍ତି ପରେ ଏହି ମାନ୍ୟତା ପତ୍ର ଭୁବନେଶ୍ୱର ରେଲୱେ ଷ୍ଟେସନ୍‌କୁ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ଷ୍ଟେସନ ୪ ତାରକା ମୂଲ୍ୟାୟନ ହାସଲ କରିଛି । ୪ ତାରକା ମୂଲ୍ୟାୟନ ରେଳବାଇ ଯାତ୍ରୀମାନଙ୍କ ପାଇଁ ନିରାପଦ ତଥା ସ୍ୱଚ୍ଛ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଏକ ବଳିଷ୍ଠ ପ୍ରୟାସ । ଏହା ଭୁବନେଶ୍ୱର ଷ୍ଟେସନରେ ରେଳ କତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଆଦର୍ଶ ପ୍ରୟାସକୁ ସୂଚିତ କରେ ।

ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ସମସ୍ତ କ୍ୟାଟରିଂ ଷ୍ଟଲରେ ଖାଦ୍ୟ ଲାଇସେନ୍ସ ପ୍ରମାଣପତ୍ର ଏବଂ ବିକ୍ରେତାଙ୍କ ପାଖରେ ମେଡିକାଲ ଫିଟନେସ୍‌ ସାର୍ଟିଫିକେଟ୍‌ ରହିଛି । ବୁଧବାର ଭୁବନେଶ୍ୱର ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମରେ ୟାମିନୀ ସଡଙ୍ଗୀ, ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କମିଶନର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଡିଭିଜନାଲ ରେଳ ମ୍ୟାନେଜର ରିଙ୍କେଶ ରଓୟଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ରିଙ୍କେଶ ରୟ କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ଡିଭିଜନ ପାଇଁ ଏହା ଏକ ଗର୍ବର ବିଷୟ ଏବଂ ଭବିଷ୍ୟତରେ ଭୁବନେଶ୍ୱର ଷ୍ଟେସନରେ ଆମର ମୂଲ୍ୟବାନ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛତା ଏବଂ ଖାଦ୍ୟ ଗୁଣର ମାନ ବଜାୟ ରଖିବା ପାଇଁ ଆମକୁ ଅଧିକ ଦାୟିତ୍ୟବାନ ହେବାକୁ ପଡ଼ିବ ।

Get real time updates directly on you device, subscribe now.