ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ, RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ
ଭୁବନେଶ୍ଵରରେ ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି ।
ଭୁବନେଶ୍ବର: ପହଲଗାମ୍ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆଲର୍ଟ ରହିଛି । ସବୁ ଷ୍ଟେସନ୍ରେ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଉଛି ।
ଭୁବନେଶ୍ବର ରେଲୱେ ଷ୍ଟେସନ୍ରେ RPF ପକ୍ଷରୁ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।
ମାଇକ ଜରିଆରେ RPF ପକ୍ଷରୁ ଯାତ୍ରୀମାନଙ୍କୁ ସଚେତନ କରଯାଇଛି । ମସ୍ତ୍ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି । ଏହା ସହିତ ଯାତ୍ରୀମାନଙ୍କୁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।
ପ୍ରକାଶଥାଉକି, ପହଲଗାମ୍ ଆତଙ୍କୀ ଆକ୍ରମଣରେ 26 ଜଣ ପର୍ଯ୍ୟଟକଙ୍କର ଜୀବନ ଯାଇଛି । ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଘଟଣାକୁ ବିଶ୍ବାସ ମଧ୍ୟ କରିପାରୁ ନାହାନ୍ତି ଲୋକେ ।
ଧର୍ମ ପଚାରି 26ଜଣ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଥିଲେ ଆତଙ୍କୀ । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ତେବେ ଏହି ଘଟଣା ପରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।