fbpx

ଲୋକସଭା ନିର୍ବାଚନ ଲଢିବେନି ଭୂପେନ୍ଦ୍ର ସିଂହ ହୁଡ୍ଡା: ଦୀପେନ୍ଦ୍ରଙ୍କୁ ରୋହତକ ଆସନ ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ଦଳ କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । ନିର୍ବାଚନ ଲଢିବାର ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା । ଆସନ୍ତା ଲୋକସଭା ନିର୍ବାଚନରେ ଭୂପେନ୍ଦ୍ର ଇଲେକ୍ସନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ପାର୍ଟିରେ ପୁଅ ଦୀପେନ୍ଦ୍ରଙ୍କୁ ରୋହତକ ଆସନ ପାଇଁ ପ୍ରାର୍ଥୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିବା ସେ ସୂଚନା ଦେଇଛନ୍ତି । ତେଣୁ ବାପ-ପୁଅ ଯୋଡ଼ି ନିର୍ବାଚନରେ ଲଢିର କୌଣସି କ୍ଷ୍ୟ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଭୂପେନ୍ଦ୍ର ହୁଡ୍ଡା ।

ଲୋକସଭା ନିର୍ବାଚନ ଲଢିବା ନେଇ ଭୂପେନ୍ଦ୍ର କହିଛନ୍ତି ଯେ, ରୋହତକ ଆସନରୁ ପୁଅ ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି । ସେ କହିଛନ୍ତି, ମୁଁ ହରିୟାଣାରେ ବିରୋଧୀ ନେତା ମଧ୍ୟ ରହିଛି, ଏହାବ୍ୟତୀତ ଆଗକୁ ବିଧାନସଭା ନିର୍ବାଚନ ମଧ୍ୟ ପାଖେଇ ଆସୁଛି । ଏଭଳି ସ୍ଥିତିରେ ସଂସଦୀୟ ନିର୍ବାଚନ ଲଢିବାର କୌଣସି ଚିନ୍ତାଧାରା ନଥିବା ସ୍ପଷ୍ଟ କରିଛନ୍ତି ଭୂପେନ୍ଦ୍ର ସିଂହ ହୁଡ୍ଡା । ତେବେ ରୋହତକ ଆସନରୁ ପୁଅ ଦୀପେନ୍ଦ୍ରଙ୍କ ଟିକେଟମିଳିବା ନେଇ ପାର୍ଟି ହିଁ ଶେଷ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଯଦି ପାର୍ଟିର ବରିଷ୍ଠ ନେତା, ରଣଦୀପ ସିଂହ ସୁରଜେୱାଲା କିମ୍ବା କୁମାରୀ ଶୈଳଜା, ଲୋକସଭା ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ଏହା ଖୁସିର ବିଷୟ ହେବ ।

ସୂଚନା ଥାଉ କି, ୨୦୧୯ ମସିହାରେ ସୋନୀପତରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ଭୂପେନ୍ଦ୍ର ସିଂହ ହୁଡ୍ଡା । ସେହିପରି ପୁଅ ଦୀପେନ୍ଦ୍ର ମଧ୍ୟ ରୋହତକ ଆସନରେ ପରାଜୟର ସାମନା କରିଥିଲେ । ତେବେ ବର୍ତ୍ତମାନ ହରିୟାଣାରୁ ରାଜ୍ୟସଭା ସାଂସଦ ଭାବରେ ଦାୟିତ୍ୱ ବହନ କରୁଛନ୍ତି ଦୀପେନ୍ଦ୍ର । ତେବେ ଆଗାମୀ କିଛି ଦିନ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ପ୍ରକାଶ କରିଛନ୍ତି ଦୀପେନ୍ଦ୍ର ସିଂହ ହୁଡ୍ଡା ।

Get real time updates directly on you device, subscribe now.