fbpx

(Video): ନିର୍ବାଚନୀ ପ୍ରସ୍ତୁତି; ad campaign ମାଧ୍ୟମରେ ବିରୋଧୀଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟା ମଧ୍ୟରେ ଗୋଟିଏ ପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଉଛି ତ ଅନ୍ୟପଟେ ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ପାଇଁ ବିପକ୍ଷ ମେଣ୍ଟ ପକ୍ଷରୁ INDIର ଗଠନ କରାଯାଇଥିଲା । ବର୍ତ୍ତମାନ ଆଗାମୀ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ କେତେଜଣ ପ୍ରାର୍ଥୀ ସାମିଲ ଅଛନ୍ତି କିଛି ସ୍ପଷ୍ଟ ହୋଇନାହିଁ । ଏନେଇ ବିରୋଧୀଙ୍କ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏଥିମଧ୍ୟରେ ବିଜେପି ଏହାର ଏକ ବିଜ୍ଞାପନ ଅଭିଯାନ ମାଧ୍ୟମରେ ବିପକ୍ଷ ମେଣ୍ଟକୁ ଟାର୍ଗେଟ କରିଛି । ‘ଏକ୍ସ’ରେ ଏହି ବିଜ୍ଞାପନ ଅଭିଯାନ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଦେଖନ୍ତୁ INDI ମେଣ୍ଟରେ Fight, ମୁଁ ହେଉଛି ବର Right’ । ଏହି ଭିଡ଼ିଓରେ ଜଣେ କନ୍ୟା ନିଜ ପାଇଁ ବର ଖୋଜୁଥିବାର ଦର୍ଶାଯାଇଛି । କିନ୍ତୁ ସାମ୍ନାରେ ଅନେକ ଦାବିଦାର ଅଛନ୍ତି । ଏହି ଭିଡ଼ିଓ ମାଧ୍ୟମରେ ବିଜେପି ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଦର୍ଶାଉଛି । ଏହି ଭିଡ଼ିଓରେ କଳାକାରମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, RJD ନେତା ଲାଲୁ ଯାଦବ, ତେଜସ୍ୱୀ ଯାଦବ, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ଉଦ୍ଧବ ଠାକରେ, ଅରବିନ୍ଦ କେଜରିୱାଲଙ୍କ ସମେତ ଅନ୍ୟ ବିରୋଧୀ ନେତାଙ୍କ ଭୂମିକାରେ ନଜର ଆସିଛନ୍ତି ।

କହିରଖୁଛୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଜୁନ ୪ରେ ଫଳାଫଳ ପ୍ରକାଶିତ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୨୬ରେ ଦ୍ୱିତୀୟ, ମେ ୭ରେ ତୃତୀୟ, ମେ ୧୩ରେ ୪ର୍ଥ, ମେ ୨୦ରେ ୫ମ, ମେ ୨୫ରେ ଷଷ୍ଠ ଏବଂ ଜୁନ୍ ୧ରେ ୭ମ ପର୍ଯ୍ୟାୟ ମତଦାନ ହେବ ।

Get real time updates directly on you device, subscribe now.