fbpx

ମଣିଷ ଆଖିରେ ବନ୍ଧା ଅନ୍ଧବିଶ୍ୱାସର ପୁଟୁଳି, ଭୂତ ଆତ୍ମାଙ୍କ ଠାରୁ ରକ୍ଷା ପାଇବା ପାଇଁ ନିଜ ଜିଭ କାଟିଲେ ମହିଳା

ମଧ୍ୟପ୍ରଦେଶ: ଆଜି ମଧ୍ୟ ସମାଜରେ ଏଭଳି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଅନ୍ଧବିଶ୍ୱାସ ରେ ବୁଡି ରହିଛନ୍ତି। ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚୈତ୍ର ଅମାବାସ୍ୟା ସମୟରେ ନର୍ମଦା ନଦୀ ଘାଟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୁଅନ୍ତି । ତେବେ ମନ୍ଦ ଆତ୍ମାମାନଙ୍କଠାରୁ ମୁକ୍ତି ପାଇବା ପାଇଁ ଲୋକମାନେ ନର୍ମଦା ନଦୀରେ ବୁଡ଼ ପକାନ୍ତି ।

ମଙ୍ଗଳବାର ଦିନ ଅମାବାସ୍ୟା ସମୟରେ ପୁରୁଷ ଓ ମହିଳାମାନେ ନର୍ମଦା ନଦୀ କୂଳରେ ଥିବା ସମସ୍ତ ଘାଟରେ ହାତରେ ଖଣ୍ଡା ଏବଂ ଲେମ୍ବୁ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।ଏହି ଲୋକମାନେ ନଦୀରେ ବୁଡ଼ ପକାଇ ପୂଜା କରିଥିଲେ। ଏହି ସମୟରେ ଜଣେ ମହିଳା ଭକ୍ତ ଘାଟରେ ଖଣ୍ଡା ଦ୍ୱାରା ନିଜ ଜିଭ କାଟି ଭୂତମାନଙ୍କୁ ଶାନ୍ତ କରିବା ପାଇଁ ତାନ୍ତ୍ରିକ ରୀତିନୀତି କରୁଥିବାର ଦେଖିବାକୁ ମିଳିଥିଲା ।

ବାସ୍ତବରେ,ଏହି ଅମାବାସ୍ୟାଙ୍କୁ ଅନ୍ଧାରର ଅମାବାସ୍ୟା ରାତ୍ରି ଭାବେ ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ, ଭୂତମାନଙ୍କ ପାଇଁ ଏହି ଦିନ ସ୍ଥିର କରାଯାଇଛି। ଏହି ଦିନ ଭୂତମାନେ ନଦୀ କୂଳରେ ଏକତ୍ରିତ ହୋଇ ମୁକ୍ତି ପାଇଁ ଆଶା କରନ୍ତି। ଶାସ୍ତ୍ର ଅନୁଯାୟୀ, ମନୁଷ୍ୟର ଅନେକ ଜନ୍ମ ମଧ୍ୟରେ ଏକ ଭୂତ ଜନ୍ମ ମଧ୍ୟ ଅଛି, ଯେଉଁଠାରେ ଅକାଳରେ ମରିଯାଇଥିବା କିମ୍ବା ଜୀବନସାରା ପାପ କରିଥିବା ଲୋକ ଏକ ସ୍ଥାନ ପାଆନ୍ତି।

ଆଉ ଏହି ଅମାବାସ୍ୟା ରେ ବୁଡ଼ ପକେଇବା ଦ୍ୱାରା ଏପରି ଦୁଷ୍ଟ ଆତ୍ମାଙ୍କ କବଳରେ ଥିବା ଲୋକଙ୍କୁ ମୁକ୍ତି ମିଳେ । ବିଶ୍ୱାସ କରାଯାଏ ଯେ ଏହି ଦିନ ନର୍ମଦା ନଦୀରେ ଗାଧୋଇଲେ ଜଣେ ମନ୍ଦ ଆତ୍ମାଙ୍କଠାରୁ ମୁକ୍ତି ପାଇଥାଏ।କିନ୍ତୁ ଏଥି ପାଇଁ ନିଜ ଶରୀରକୁ ବିପଦରେ ପକେଇବା ଆଦୌ ଠିକ ନୁହେଁ ।

Get real time updates directly on you device, subscribe now.