ଭୁବନେଶ୍ୱର କୁମାର କଲେ ନୂଆ ରେକର୍ଡ, ଏହି ମାମଲାରେ ହେଲେ ପ୍ରଥମ ଭାରତୀୟ ଦ୍ରୁତ ବୋଲର

ଇତିହାସ ରଚିଲେ ଭୁବନେଶ୍ୱର କୁମାର, ଜାଣନ୍ତୁ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୨୮ତମ ଲିଗ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି।ଏହି ମ୍ୟାଚରେ ରାଜସ୍ଥାନର ଟିମ ପୂର୍ବରୁ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟର ହରାଇ ୧୭୩ ରନ କରିଥିଲା।

ଏହି ସମୟରେ ଆରସିବି ପାଇଁ ଏହି ମୁକାବିଲାରେ ଖେଳୁଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଯେତେବେଳେ ମଇଦାନରେ ବୋଲିଂ କରିବାକୁ ଆସିଲେ ସେ ଏକ ନୂଆ ରେକର୍ଡ କରିଛନ୍ତି।

ଭାରତ ପକ୍ଷରୁ ବର୍ତ୍ତମାନ ସବୁଠୁ ଅଧିକ ଟି୨୦ ମ୍ୟାଚ ଖେଳିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଅଛି, ସେ ସମୁଦାୟ ୪୫୨ ଟି-୨୦ ମ୍ୟାଚ ଖେଳିଛନ୍ତି। ସେହିପରି ଭୁବନେଶ୍ୱର କୁମାର ଏପରି ଭାରତୀୟ ବୋଲର ହୋଇଛନ୍ତି, ଯିଏ ୩୦୦ ଟି୨୦ ମ୍ୟାଚ ଖେଳିବାରେ ସଫଳ ହୋଇଛନ୍ତି।

ଭୁବନେଶ୍ୱର କୁମାରଙ୍କ ପରେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଦ୍ରୁତ ବୋଲର ସହ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ରହିଛି। ସେ ୨୯୧ ଟି ୨୦ ମ୍ୟାଚ ଏପର୍ଯ୍ୟନ୍ତ ଖେଳିଛନ୍ତି।