fbpx

ବିଶ୍ୱକପ ପୂର୍ବରୁ Team Indiaକୁ ଶକ୍ତ ଝଟକା: ବଡ଼ ନିଷ୍ପତ୍ତି ନେଲେ ଭୁବନେଶ୍ୱର କୁମାର!

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ କରିବାରେ ବ୍ୟସ୍ତ ଅଛି ଟିମ ଇଣ୍ଡିଆ । ବିଶ୍ୱକପରେ କେଉଁ ଖେଳାଳିଙ୍କୁ ନେଇ ଦଳ ଶକ୍ତିଶାଳୀ ହେବ, ସେଥିପାଇଁ ଚାଲିଛି ପରୀକ୍ଷା । କିନ୍ତୁ ଏହା ଭିତରେ ଟିମ ଇଣ୍ଡିଆର ସ୍ୱିଙ୍ଗର ରାଜକୁମାର କୁହାଯାଉଥିବା ଭୁବନେଶ୍ୱର କୁମାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିନିକିଆ ବିଶ୍ୱକପରେ ଭାରତର ସବୁଠୁ ଅଭିଜ୍ଞ ଖେଳାଳି ହୋଇଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି ପ୍ରଶଂସକଙ୍କୁ ନିରାଶ କରିଛି । ଦୀର୍ଘ ଦିନରୁ ଦଳରେ ତାଙ୍କୁ ସୁଯୋଗ ମିଳୁ ନଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ମହାକୁମ୍ଭ । କିନ୍ତୁ ଏହାର ଠିକ୍ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ବିଶ୍ୱକପ ଖେଳିବା ପୂର୍ବରୁ ସେ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସ୍ଥିର କରିସାରିଛନ୍ତି ବୋଲି କୁହାଯାଉଛି । କାରଣ ସେ ତାଙ୍କ ଇନଷ୍ଟାଗ୍ରାମ ବାୟୋରୁ ‘କ୍ରିକେଟର’ ଶବ୍ଦକୁ ହଟାଇ ଦେଇଛନ୍ତି । ପୂର୍ବରୁ ବାୟୋରେ ‘ଇଣ୍ଡିଆନ୍ କ୍ରିକେଟର’ ଥିବା ବେଳେ ବର୍ତ୍ତମାନ କେବଳ ‘ଇଣ୍ଡିଆନ’ ରହିଛି । କିନ୍ତୁ ‘କ୍ରିକେଟର’ ଶବ୍ଦକୁ ସେ ହଟାଇ ଦେଇଛନ୍ତି । ୩୩ ବର୍ଷୀୟ ଏହି ଷ୍ଟାର ବୋଲରଙ୍କର ଏହି ନିଷ୍ପତ୍ତି ତାଙ୍କ ଅବସରକୁ ଇସାରା ଦେଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଏବେ ବି ‘ଇଣ୍ଡିଆନ୍ କ୍ରିକେଟର’ ରହିଛି ।

Bhuvneshwar Kumar Removes 'Cricketer' from Instagram Bio, Sparks Retirement  Rumours

ତେବେ ଅବସର ଉପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି । ତେଣୁ ସେ କ୍ରିକେଟରୁ ବିଦାୟ ନେଉଛନ୍ତି ବୋଲି କେବଳ ଆଶଙ୍କା କରାଯାଉଛି । ପ୍ରାୟ ବର୍ଷେ ହେଲା ଟିମ ଇଣ୍ଡିଆରୁ ଦୂରରେ ରହିଛନ୍ତି ଭୁବି । ଏପରିକି ଦିନିକିଆ ବିଶ୍ୱକପ ଆସିବା ସତ୍ତେ୍ୱ ତାଙ୍କୁ ଦଳରେ ସୁଯୋଗ ଦିଆଯାଇନାହିଁ । ତେଣୁ ବିଶ୍ୱକପରେ ତାଙ୍କୁ ଟିମ ଇଣ୍ଡିଆ ସୁଯୋଗ ଦେବ କି ନାହିଁ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ।

Get real time updates directly on you device, subscribe now.