fbpx

ରବିବାର ଆଇପିଏଲ ମିଡିଆ ରାଇଟ୍ସ ପାଇଁ ହେବ ନିଲାମ, ଦୌଡରେ ଏହି ପାଞ୍ଚ କମ୍ପାନୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୨ ସମାପ୍ତ ହୋଇ ସାରିଛି। ଏବେ ପ୍ରଶଂସକ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ମଜା ଉଠାଉଛନ୍ତି। ଏହା ମଧ୍ୟରେ ଆଇପିଏଲ ସଂପର୍କିତ ଏକ ଖବର ସାମ୍ନାକୁ ଆସିଛି। ଆସନ୍ତା ରବିବାର ଆଇପିଏଲର ଆଗାମୀ ସଂସ୍କରଣ ଅର୍ଥାତ ୨୦୨୩ ରୁ ୨୦୨୭ ପାଇଁ ମିଡିଆ ରାଇଟ୍ସର ନିଲାମ କରାଯିବ। ୨୦୧୭ରେ ଷ୍ଟାର ଇଣ୍ଡିଆ ମିଡିଆ ରାଇଟ୍ସ କିଣିବାରେ ସଫଳ ହୋଇଥିଲା। ସେହି ସମୟରେ ଷ୍ଟାର ଇଣ୍ଡିଆ ମିଡିଆ ରାଇଟ୍ସ ୨.୫୫ ବିଲିୟନ ଡଲାରରେ କିଣିଥିଲା। ଏହା ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ୍ ଚୁକ୍ତିନାମା ଥିଲା।

ଏଥର ଆଇପିଏଲ ରାଇଟ୍ସର ବିଡିଂ ପ୍ରଥମ ଥର ଇ ନିଲାମ ଜରିଆରେ ହେଉଛି। ଏହାର ଆରମ୍ଭ ରବିବାର ସକାଳ ୧୧ଟାରେ ମୁମ୍ବାଇରେ ଆୟୋଜିତ ହେବ ଏବଂ ସମସ୍ତ ବିଡ୍ସ ସରିବା ପର‌୍ୟ୍ୟନ୍ତ ଏହି ନିଲାମ ଜାରି ରହିବ। ଯାହାକୁ ମିଡିଆ ରାଇଟ୍ସ ମିଳିବ ସେ ଆଗାମୀ ପାଞ୍ଚଟି ସଂସ୍କରଣର ଆଇପିଏଲ ମ୍ୟାଚ୍ ପ୍ରସାରଣ କରିବ। ମିଡିଆ ରାଇଟ୍ସ ପାଇଁ ଏଥର ୫୦ ରୁ ୬୦ ହଜାର କୋଟି ପର‌୍ୟ୍ୟନ୍ତ ନିଲାମ ଡକରା ହୋଇପାରେ।

ଆଇପିଏଲ ରାଇଟ୍ସ କିଣିବା ପାଇଁ ମୁଖ୍ୟତଃ ପାଞ୍ଚ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏଥିରେ ରହିଛି ଭାୟକମ, ଡିଜନୀ ହଟଷ୍ଟାର, ସୋନି, ଜି ଏବଂ ଆଜାଜନ ପରି କମ୍ପାନୀ। ସଂପ୍ରତି ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଆଇପିଏଲ ଦେଖୁଛନ୍ତି। ଏଥିପାଇଁ ଡିଜନୀ ହଟଷ୍ଟାର ଏବଂ ଆମାଜନ ପରି କମ୍ପାନୀ ମଧ୍ୟ ମିଡିଆ ରାଇଟ୍ସ କିଣିବା ପାଇଁ ଦୌଡରେ ଅଛନ୍ତି।

Get real time updates directly on you device, subscribe now.