(Video) ବାହାଘର ପରେ ତଣ୍ଟିଆ ଖାଇ ବିଦା ହେଲା ଭଉଣୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ନିଆରା ଢଙ୍ଗରେ ଶାଶୁଘରକୁ ବିଦା ହେଲା କନ୍ୟା । ୟୁଜର୍ସ କଲେ ନିନ୍ଦା ।

ଓଡିଶା ଭାସ୍କର: ବିବାହ ଏପରି ଏକ ମୁହୂର୍ତ୍ତ ଯେଉଁଠାରେ ହସ, ଲୁହ ଆବେଗର ମିଶ୍ରଣ ଦେଖିବାକୁ ମିଳେ । ବିବାହ ବିଦାୟୀ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ କନ୍ୟା ଚିତ୍କାର କରି କାନ୍ଦୁଥିବା ଏବଂ ଦୁଇ ଜଣ ଲୋକ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ଭର୍ତ୍ତି କରୁଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ଏହି ଭିଡିଓକୁ ନେଇ ଇଣ୍ଟରନେଟରେ ଏକ ବିତର୍କ ଆରମ୍ଭ ହୋଇଛି ଏବଂ ଲୋକମାନେ କହୁଛନ୍ତି ଯେ ଏହା ବିଦାୟୀ ନା ଅପହରଣ !

ପରିବାର ସଦସ୍ୟମାନେ ବଧୂକୁ ଗାଡ଼ିରେ ଲଗେଜ୍ ପରି ଭର୍ତ୍ତି କରୁଥିବାର ଦେଖାଯାଇଛି । ବିବାହ ଉତ୍ସବ ପରେ ବିଦାୟୀ ସମୟ ଆସିଛି। ଘର ବାହାରେ ଏକ ସଜାଯାଇଥିବା କାର ପାର୍କ କରାଯାଇଛି, ସମ୍ପର୍କୀୟ ଏବଂ ପରିବାର ସଦସ୍ୟ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି।

କନ୍ୟା ଜଣକ କାନ୍ଦି କାନ୍ଦି କହୁଛନ୍ତି “ମୁଝେ ନାହିଁ ଜାନା!” ଶାଶୁ ଘର ନ ଯିବାକୁ ଜିଦ କରିବା ପରେ ବନ୍ଧୁ, କନ୍ୟା ପାଖକୁ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେବାକୁ ଚେଷ୍ଟା କରନ୍ତି। କନ୍ୟା ଆକାର ପ୍ରତିରୋଧ କରନ୍ତି, ଗୋଇଠା ମାରି ଚିତ୍କାର କରୁଥିବାର ଦେଖିବାକୁ ମିଲିଚି ।

ଶେଷରେ 2 ଜଣ ଯୁବକ; ସମ୍ପର୍କରେ କନ୍ୟାର ଭାଇ ଦୁହେଁ ତାଙ୍କୁ ଉଠାଇ କାର ପାଖକୁ ନେଇଯାଆନ୍ତି ଏବଂ ଜୋର ଜବରଦସ୍ତ କାର ଭିତରକୁ ନେବାକୁ ଚେଷ୍ଟା କରନ୍ତି। ଜିନିଷ ଲଦିଲେ ଭଳି କାରରେ ସେମାନେ କନ୍ୟାକୁ ବସେଇଦିଅନ୍ତି । ଶେଷରେ, ସେମାନେ କୌଶଳକ୍ରମେ କାରର ଫୋର ବନ୍ଦ କରିଦିଅନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜସଁଙ୍କ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
କନ୍ୟାକୁ ଏପରି କାର ଭିତରେ ଜବରଦଦସ୍ତ ବସେଇବାକୁ କିଛି ନିନ୍ଦା କରିଥିବାବେଳେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି ।