fbpx

ୟୁକ୍ରେନ ସଙ୍କଟକୁ ନେଇ ବାଇଡେନ୍ ଡାକିଲେ ସୁରକ୍ଷା ପରିଷଦ ବୈଠକ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ

ୱାଶିଂଟନ୍: ରବିବାର ଦିନ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି । ହ୍ୱାଇଟ୍ ହାଉସ୍ ର ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍ ୟୁକ୍ରେନ୍ କୁ ମାଡ଼ି ଆସୁଥିବା ଯୁଦ୍ଧ ସ୍ଥିତିକୁ ଉପରେ ନଜର ରଖାଯାଇଛି ଓ ଜାତୀୟ ସୁରକ୍ଷା ଟିମ୍ ତାଙ୍କୁ ୟୁକ୍ରେନ୍ ରେ ହେଉଥିବା ପ୍ରତି ଛୋଟ ବଡ଼ ଘଟଣା ସର୍ମ୍ପକରେ ଅପଡେଟ୍ ଦେଉଛନ୍ତି । ସାକୀ ଆଶଙ୍କା କରିଛନ୍ତି ଯେ, ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିପାରେ ।

ଅନ୍ୟପଟେ ଋଷ ସୀମା ନିକଟରେ ନାଟୋ ସେନାଙ୍କ ଗତିବିଧିକୁ ନେଇ ଚିନ୍ତା ପ୍ରକାଶ କରିଛି ମସ୍କୋ । ତାଙ୍କ କହିବା କଥା ଯେ, ନାଟୋ ସେନା ତାଙ୍କ ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ । ଋଷ ଗୋଟେ ପଟେ କହିଛି ଯେ, ୟୁକ୍ରେନ ସୀମାରୁ ସେ ନିଜ ସେନାଙ୍କୁ ଫେରାଇ ନେଇଛି । କିନ୍ତୁ ଅପରପକ୍ଷରେ ଆମେରିକାକୁ ଋଷ କଥାରେ ବିଶ୍ୱାସ ହେଉ ନାହିଁ । ନାଟୋ ଅଧିକାରୀ କହିଛନ୍ତି ଯେ, ଷ୍ଟାଫ୍ ମାନଙ୍କୁ ୟୁକ୍ରେନ ରାଜଧାନୀରୁ ପଶ୍ଚିମ ସହର ପଟର ଲିଭ୍ କୁ ସିଫ୍ଟ କରାଯାଉଛି ।

ଏହା ବ୍ୟତୀତ ବେଲଜିଅମ୍ କୁ ବି ସେନା ପଠାଯାଉଛି । ସେହିପରି ନାଟୋ ଚିଫ୍ କହିଛନ୍ତି ଯେ, ଋଷର ସମସ୍ତ ଗତିବିଧି କହୁଛି ଯେ, ସେ ପୁରା ବଳ ଲଗାଇ ୟୁକ୍ରେନ ଉପରେ ହମଲା କରିବାର ଯୋଜନା କରୁଛି । ଆକ୍ରମଣର ଆଶଙ୍କା ସର୍ବାଧିକ ରହିଛି ।

Get real time updates directly on you device, subscribe now.