fbpx

କାଣ୍ଡ କରିବା ପରେ ପଶ୍ଚାତାପ କରୁଛନ୍ତି BIDEN

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ନିଜର ସେନାକୁ ଫେରାଇବାର ନିଷ୍ପତ୍ତି ପାଇଁ ପଶ୍ଚାତାପ କରୁଛନ୍ତି ଜୋ ବିଡେନ୍ । ଗୁରୁବାର କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ ରେ ୧୩ ଜଣ ଆମେରିକୀୟ ଯବାନ ପ୍ରାଣ ହରାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ବିଡେନ୍ । ବିଗତ ଦଶନ୍ଧି ମଧ୍ୟରେ ଏହା ଆମେରିକାର ସବୁଠାରୁ ବଡ କ୍ଷତି ଭାବରେ ବିବେଚନା କରାଯାଉଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଆକ୍ରମଣ କରାଯାଇଥିବା ବେଳେ ମଧ୍ୟରାତ୍ରରେ ଆଉ ଏକ ଆକ୍ରମଣ କରାଯାଇଥିଲା ।

ଏହି ଆକ୍ରମଣରେ ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ବେଳେ ୩୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଆଇଏସ-କେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ପ୍ରତିଶୋଧ ନେବା ପାଇଁ ଆମେରିକା ବଦ୍ଧ ପରିକର ବୋଲି ବିଡେନ୍ କହିଛନ୍ତି । ଏହି ଘଟଣାକୁ କ୍ଷମା କରାଯିବ ନାହିଁ କିମ୍ବା ଭୁଲିବ ନାହିଁ ଆମେରିକା । ଯେଉଁଠି ବି ରହିଥିଲେ ଆତଙ୍କୀ ମାନଙ୍କୁ ଖୋଜି ଖୋଜି ନିପାତ କରାଯିବ ବୋଲି ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନ ହ୍ୱାଇଟ ହାଉସରୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି । ଏହା ସହିତ ଆଫଗାନିସ୍ତାନରେ ଅଟକି ରହିଥିବା ଆମେରିକୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖାଯିବ ବୋଲି ବିଡେନ କହିଛନ୍ତି ।

Get real time updates directly on you device, subscribe now.