fbpx
BSKY SKY
BSKY SKY

ଟଳିଗଲା ବଡ଼ ଅଘଟଣ: ୫ କେଜି ଲ୍ୟାଣ୍ଡମାଇନ୍ସ ଉଦ୍ଧାର

BSKY

ମାଲକାନଗିରି, ୧୦ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ନିକଟରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ୍ସକୁ ଜବତ କରିଛନ୍ତି ବିଏସଏଫ ଯବାନ । ଏହା ଫଳରେ ଏକ ବଡ଼ଧରଣର ଅଟଘଣକୁ ଏଡ଼ାଇ ଦିଆଯାଇ ପାରିଛି ।

ଏକ ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସର୍ଚ୍ଚରେ ଏକ ଡ୍ରମରେ ୫ କେଜି ଓଜନର ଲ୍ୟାଣ୍ଡମାଇନ୍ସ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବଡ଼ଧରଣର ଅଘଟଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏପରି ଲୁଚାଇ ରଖିଥିବା ଅନୁମାନ କରାଯାଉଛି । ପରେ ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ଲ୍ୟାଣ୍ଡମାଇନ୍ସକୁ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.