ସକାଳୁ ସକାଳୁ ବଡ଼ ଦୁର୍ଘଟଣା, ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ, ଜଣେ ମୃତ,30 ରୁ 40 ଆହତ…
କହିରଖୁ, ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି ।
ଓଡ଼ିଶା ଭାସ୍କର: ସକାଳୁ ସକାଳୁ ରାଜ୍ୟରେ ଦେଖିବାକୁ ମିଳିଛି ବଡ଼ ଦୁର୍ଘଟଣା । ବଣାଇସ୍ଥିତ କେଲୋ ଛକ ନିକଟରେ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ 30 ରୁ ଅଧିକ ଜଣ ଆହତ ହୋଇଛନ୍ତି ।
ପ୍ରକାଶଥାଉ ଯେ, ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚାରାରୋପଣ ପାଇଁ ଏହି ପିକଅପ ଭ୍ୟାନରେ ଶ୍ରମିକମାନେ ଯାଉଥିଲେ । ଯାହା କେଲୋ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
କହିରଖୁ, ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି ।