fbpx
BJD SKY
BJD SKY

କେନ୍ଦୁଝର ହାତୀ ମୃତ୍ୟୁରେ ବଡ଼ ଆକ୍ସନ: ଫରେଷ୍ଟର ଓ ଗାର୍ଡ ନିଲମ୍ବିତ

BJD

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କ ନିଲମ୍ବିତ କରାଯାଇଥିବା ଜଣାପଡିଛି । କ

କାର୍ଯ୍ୟରେ ଅବହେଳା ଅଭିଯୋଗ ଦୁହିଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଆରସିସିଏଫ । ଏନେଇ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଭାଗ । ତେବେ ଗତ ୨୫ରେ ବିଦ୍ୟୁତ୍ ତାର ଲାଗିବା ଫଳରେ ୨ ମାଈହାତୀଙ୍କର ମୃତ୍ୟୁ ହୋଇଥିଲା । ଯୋଡ଼ିଆ ସ୍ଥିତ କେଭିକେ ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.