fbpx

ଅଶ୍ଳୀଳ ଫଟୋ ସୁଟ୍ ବିବାଦ: ଥାନାରେ ହାଜର ହୋଇ ନିଜର ବୟାନ ଦେଲେ ଅଭିନେତା ରଣବୀର ସିଂ, କହିଲେ ଏପରି କିଛି…

ମୁମ୍ବାଇ: ଦୀର୍ଘଦିନ ହେବ ଲାଗି ରହିଥିବା ଅଶ୍ଳୀଳ ଫଟୋ ସୁଟ ବିବାଦକୁ ନେଇ, ଶେଷରେ ମୁମ୍ବାଇ ପୋଲିସ ନିକଟରେ ଅଭିନେତା ରଣବୀର ସିଂ ନିଜର ବୟାନ ଦେଇଛନ୍ତି । ରଣବୀର ସିଂ ଏକ ମାଗାଜିନ ପାଇଁ ଅଶ୍ଳିଳ ଫଟୋ ସୁଟ୍ କରିଥିଲେ । ଯାହାକୁ ନେଇ ଅନେକ ବିବାଦ ଦେଖାଯିବା ସହ ତାଙ୍କ ବିରୋଧରେ କିଛି ସ୍ଥାନରେ କେଶ ମଧ୍ୟ ହୋଇଥିଲା । ତେବେ ଏହି ଘଟଣାରେ ଅଭିନେତା ରଣବୀର ସିଂ ନିଜର ଆଇନଗତ ଅଧିକାରୀମାନଙ୍କ ସହିତ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ପହଞ୍ଚି ସେ ତାଙ୍କର ବୟାନ ଦେଇଛନ୍ତି । ଏଥିସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଏହି ଫଟୋ ସୁଟକୁ ନେଇ ଏତେ ସମସ୍ୟା ହେବ ବୋଲି ମୁଁ ଜାଣି ନଥିଲି ।

ଅଶ୍ଳିଳ ଫଟୋ ସୁଟକୁ ନେଇ ହୋଇଥିବା ଅଭିଯୋଗ ରେ ମୁମ୍ବାଇ ପୋଲିସ ତରଫରୁ ରଣବୀର ସିଂଙ୍କ ନିକଟକୁ ନୋଟିସ ଯାଇଥିଲା । ଯେଉଁ କରାଣରୁ ସେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତା ରଣବୀର ସିଂଙ୍କ ଉପରେ ଆପିସି ଧାରା ୨୯୨,୨୯୪,୫୦୯, ବ୍ୟତୀତ ଆଇଟି ଆକ୍ଟ ୬୭ ଏ ଅନ୍ତର୍ଗତ ଅବିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ମୁମ୍ବାଇ ପୋଲିସ ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଣବୀର ସିଂଙ୍କ ବୟାନ ରେକର୍ଡ କରିଥଇଲେ ।

ତେବେ ମୁମ୍ବାଇ ପୋଲିସ ରଣବୀର ସିଂଙ୍କୁ ଥାନାରେ ହାଜର ହେବା ପାଇଁ ଗୋଟିଏ ଦିନ ସମୟ ଦେଇଥିବା ବେଳେ ସେ ସେହିଦିନ ପୋଲିସ ଷ୍ଟେସନରେ ହାଜର ହୋଇଥିଲେ । ତେବେ ପଚରା ଉଚରା ସମୟରେ ଚେମ୍ବୁର ପୋଲିସ ରଣବାରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ରଣବୀର ସିଂ ସ୍ପଷ୍ଟ ଭାବରେ ରଖିଥିଲେ । ଏଥି ସହିତ ସେ କହିଥିଲେ ଏହି ଫଟୋ ସୁଟ୍ କୁ ନେଇ ଏତେ ମାତ୍ରାରେ ବିବାଦ ହେବ ବୋଲି ସେ ଜଣି ନଥିଲେ ।

Get real time updates directly on you device, subscribe now.