ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ପୁରୁଷ ବନ୍ଧୁକୁ ଗିରଫ କଲା ପୋଲିସ
ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୋଲିସ ।
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୋଲିସ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା କହିଛନ୍ତି ଏସପି ।
ଘଟଣା ଘଟିବାର କିଛି ସମୟ ପୂର୍ବରୁ ଯବତୀଙ୍କ ସହ କଥା ହୋଇଥିଲେ ପ୍ରମୋଦ । ଜୁଲାଇ 17 ରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ଆଉ 2 ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ ଉଦ୍ଦେଶ୍ୟରେ ପଠାଇଥିଲେ ପ୍ରମୋଦ ବୋଲି କହିଛନ୍ତି ଏସପି ।
କାଠିଆପଡ଼ାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ମଧ୍ୟ ହସ୍ତଗତ ହୋଇଛି । ମୃତକଙ୍କ ବାପା ଘରୁ ଯିବାର ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି । ସେହିଦିନ 11ଟା 40 ବେଳେ ଗାଁରେ ଲୋକଙ୍କ ଧାଁ ଦୌଡ଼ ସାମ୍ନାକୁ ଆସିଛି ।
ସେପଟେ ପାଲଟା ଅଭିଯୋଗ ଆଣିଛନ୍ତି ପୁରୁଷ ବନ୍ଧୁ ପ୍ରମୋଦଙ୍କ ମାଆ ଓ ଭଉଣୀ । ଛାତ୍ରୀଙ୍କ ମୃତ୍ୟୁରେ ତାଙ୍କ ପରିବାରର ହାତ ଥିବା ଅଭିଯୋଗ କରିଛନ୍ତି । କାନ୍ଦି କାନ୍ଦି କହିଛନ୍ତି “ମୋ ଭାଇର କିଛି ଦୋଷ ନାହିଁ, ତାକୁ ଫସାଇ ଦିଆଯାଇଛି” ବୋଲି ଅଭିଯୋଗ କରିଛନ୍ତି ଭଉଣୀ ।
ବିନା ଦୋଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପରିବାର ଲୋକେ ସମୂହ ଜୀବନ ହାରି ଦେବେ ବୋଲି କହିଛନ୍ତି । ପ୍ରତିବାଦରେ ଥାନା ଆଗରେ ପୁରୁଷବନ୍ଧୁଙ୍କ ପରିବାର ଓ ଗ୍ରାମବାସୀ ଧାରଣା ଦେଇଛନ୍ତି ।