fbpx

Ayushman Bharat ଯୋଜନାକୁ ନେଇ ବଡ଼ ଘୋଷଣା: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା ସୁବିଧା

Advertisement

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଲୋକସଭା ଅଧିବେଶନ । ଦେଶର ୧୮ତମ ଲୋକସଭାକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ବୋଧନ ସମୟରେ ସେ ଦେଶର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଲୋକସଭା ନିର୍ବାଚନ ସମୟରେ ଜାରୀ ହୋଇଥିବା ଘୋଷଣାନାମାରେ ଏହି ପ୍ରତିଶ୍ରୁତି ଦେଇଥିଲା ଭାରତୀୟ ଜନତା ପାର୍ଟି ।

ସଂସଦ ଭବନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ନୂଆ ସରକାରରେ ଏଣିକି ୭୦ ବର୍ଷରୁ ଅଧିକ ବୟସବର୍ଗର ଲୋକମାନଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାର ଫାଇଦା ମିଳିପାରିବ । ଏହାବ୍ୟତୀତ କୃଷକମାନଙ୍କ ପାଇଁ ମଧ୍ୟ ଲଗାତାର ପ୍ରୟାସ ଜାରୀ ରଖିଛନ୍ତି କେନ୍ଦ୍ର ସରକାର । ଦାୟିତ୍ୱ ନେବା ମାତ୍ରେ କୃଷକଙ୍କ ଆକାଉଣ୍ଟକୁ ୨୦ କୋଟି ଟଙ୍କା ଟ୍ରାନ୍ସଫର କରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାଦ୍ୱାରା କୃଷକମାନେ ନିଜକୁ ଆତ୍ମନିର୍ଭର କରିପାରିଛନ୍ତି ।

ବିଜେପିର ଘୋଷଣାନାମାରେ କୁହାଯାଇଛି ଯେ, ୭୦ ବର୍ଷରୁ ବୟସ୍କ ଲୋକମାନେ ଏହି ବୟସରେ ନିଜର ଚିକିତ୍ସାକୁ ନେଇ ଚିନ୍ତିତ ରହିଥାନ୍ତି । ତେଣୁ ଏମାନଙ୍କୁ ମଧ୍ୟ ଏବେ ଆୟୁଷ୍ମାନ ଯୋଜନାର ଲାଭ ମିଳିପାରିବ । ଏଥିପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ବିସ୍ତାର କରିବା ସହ ସେମାନଙ୍କୁ ମାଗଣା ଏବଂ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ । ୨୦୧୯ ମସିହାରେ ତକବାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହାକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମଧ୍ୟ କୁହାଯାଏ । ବର୍ତ୍ତମାନ ଏହାଦ୍ୱାରା ୫ ଲକ୍ଷ ଟଙ୍କାର ସୁବିଦା ମିଳିପାରୁଛି ।

Get real time updates directly on you device, subscribe now.