fbpx

୮୦ବର୍ଷରେ ପାଦ ଥାପିଲେ ବଲିଉଡ ଶେହନଶାହା ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ବାଦଶାହା ତଥା ଘରେ ଘରେ ବିଗ ବି ନାମରେ ପରିଚିତ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ଜନ୍ମଦିନ । ଆଜି ଅମିତାବ ୮୦ ବର୍ଷରେ ପାଦ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆପଣ ଯଦି ବିଗ ବିଙ୍କର ସ୍ୱାସ୍ଥ୍ୟ ଉପରେ ନଜର ପକାଇବେ ତାଙ୍କର ଫିଟନେସ ଆପଣଙ୍କୁ ଚିନ୍ତାରେ ପକାଇଦେବ । ସିନେ ଜଗତରେ ତାଙ୍କର ଯେଉଁ ଅବଦାନ ରହିଛି ତାହାକୁ କେହି ଭୁଲି ପାରିବେ ନାହିଁ ।

କହିବାକୁ ଗଲେ ଅନେକ ଲୋକ ତାଙ୍କୁ ଟିଭି ପରଦାରେ ଦେଖି ନିଜର ଅଭିନୟ ଜୀବନ ଆରମ୍ଭ କରିଛନ୍ତି । ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନ ଜଣେ ବରିଷ୍ଠ ଏବଂ ପରିଚିତ ଲେଖକ ଥିଲେ । ତେବେ ବାପାଙ୍କ କଳା ଅମିତାଭଙ୍କ ଭିତରେ ମଧ୍ୟ ଦେଖିବାକୁ ମିଳେ । କଳା ଠାରୁ ଆରମ୍ଭ କରି କବିତାରେ ତାଙ୍କର ନିପୁଣତା ରହିଛି । ତେବେ ଆଜି ମଧ୍ୟ ଲୋକ ତାଙ୍କର ସେହି ପୁରୁଣା ଚଳଚିତ୍ରକୁ ଭୁଲି ନାହାଁନ୍ତି । ସେ ଶୋଲେ ହେଉ ଅବା ଦିୱାର ତାଙ୍କର ଅଭିନୟ ପାଇଁ ସେ ଦାଦା ସାହେବ ପାଲକେ ଆୱାର୍ଡ ଠାରୁ ଆରମ୍ଭ କରି ଜାତୀୟ ପୁରସ୍କାର ମଧ୍ୟ ନିଜ ନାମରେ କରିଛନ୍ତି । କେବଳ ଏତିକି ନୁହେଁ ଯଦି ଆମେ ତାଙ୍କ ଆୱାର୍ଡ ତାଲିକା ଉପରେ ନଜର ପକାଇବା ତେବେ ସେ୧୬ ଫିଲ୍ମ ଫେୟାର ଆୱାର୍ଡ,୪ଟି ଜାତୀୟ ପୁରସ୍କାର ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ।

ଏହା ସହିତ ସେ ଅନେକ ଚଳଚିତ୍ର ସଙ୍ଗୀତ ପାଇଁ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି । ଫିଲ୍ମଜଗତ କୁ ବାଦ ଦେଲେ ସେ ଟେଲି ସୋ କୌନ ବନେଗା କରୋଡପତି ମଧ୍ୟ ହୋଷ୍ଟ କରନ୍ତି । ଆଉ କେବିସି କେବଳ ତାଙ୍କ ପାଇଁ ହିଁ ଘରେ ଘରେ ପରିଚିତ ଆଉ ତାଙ୍କର ଏହି ଡାଇଲଗ ‘ତୋ ଫିର ଲକ କିୟା ଯାଏ’ ଶୁଣିଲା ମାତ୍ରେ ସମସ୍ତେ ଜାଣି ନିଅନ୍ତି ଏହା ବିଗ ବି ଙ୍କ ଆୱାଜ ।

ଅମତାଭଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।ତାଙ୍କ ନାମରେ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ,ପଦ୍ମଶ୍ରୀ ମଧ୍ୟ ରହିଛି ।ତେବେ ଆଜି ତାଙ୍କ ଜନ୍ମ ଦିନରେ ତାଙ୍କୁ ସିନେଜଗତର ଅନେକ କଳାକାର ମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ବିଗ ବି ଏମିତି ସବୁ ବେଳେ ସୁସ୍ଥ ରୁହନ୍ତୁ ଏହା ଆମ ପ୍ରାର୍ଥନା ।

Get real time updates directly on you device, subscribe now.