Big B ସେୟାର କଲେ ଗ୍ରାଣ୍ଡ ବାର୍ଥଡେ ସେଲିବ୍ରେସନ ଫଟୋ, ନାତୁଣୀ ଦେଖାଇଲେ ଖାସ ପୂଜାର ଝଲକ

ମୁମ୍ବାଇ : ମହାନାୟକ ଅମିତାଭ ବଚ୍ଚନ ୧୧ ଅକ୍ଟୋବର ୨୦୨୩ରେ ନିଜର ୮୧ ତମ ଜନ୍ମ ଦିନ ପାଳନ କରିଥିଲେ । ଅମିତାଭ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତେବେ ବିଗ ବିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫ ଦଶକ ହୋଇ ସାରିଛି । ସେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀର’ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଅଭିତାଭଙ୍କ ଏହି ଫିଲ୍ମ ଯାତ୍ରା ସହଜ ନଥିଲା ଅନେକ ସମସ୍ୟା ଦେଇ ଗତି କରିଥିଲେ ଅମିତାଭ ବଚ୍ଚନ । ଏହାରି ମଧ୍ୟରେ ଅମିତାର ଆଉ ଏକ କାମ କରନ୍ତି ଯାହା ହେଉଛି ପ୍ରତି ରବିବାର ଦିନ ତାଙ୍କ ଘର ସାମ୍ନାରେ ଫ୍ୟାନ୍ସ ମାନଙ୍କୁ ଭେଟିବା ।

ଅମିତାଭ ବଚ୍ଚନ ୩୧ ବର୍ଷରୁ ଏହି ପରମ୍ପରା ଜାରି ରଖିଛନ୍ତି । ଅମିତାଭ ବଚ୍ଚନ ପ୍ରତି ରବିବାର ଏବଂ ତାଙ୍କ ଜନ୍ମ ଦିନରେ ଫ୍ୟାନ ମାନଙ୍କୁ ତାଙ୍କ ଘର ସାମ୍ନାରେ ଭେଟିଥାନ୍ତି । ତେବେ ଗତ କାଲି ମଧ୍ୟ ଅମିତାଭ ବଚ୍ଚନ ଏହା କରିଥିଲେ । ତେବେ ବିଗବିଙ୍କ ଘର ସାମ୍ନାରେ କାଲି ମଧ୍ୟ ଭିଡ ଦେଖିବାକୁ ମିଳିଥିଲା । ବିଗ ବି ତାଙ୍କ ଜନ୍ମ ଦିନ ଫ୍ୟାନ୍ସ ମାନଙ୍କ ସହିତ ସେଲିବ୍ରେଟ କରିବା ଫଟୋ ସେୟାର କରିଛନ୍ତି । ତେବେ ୧୧ ଅକ୍ଟୋବର ଦିନ ଫ୍ୟାନ୍ସ ମାନଙ୍କ ଭିଡି ଅମିତାଭ ବଚ୍ଚନଙ୍କ ଘର ସାମ୍ନାରେ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ଫ୍ୟାନ୍ସ ମାନଙ୍କୁ ଭେଟିବା ପରେ ତାର ପରଦିନ ସକାଳେ ମଧ୍ୟ ଫ୍ୟାନ୍ସ ମାନଙ୍କୁ ଦେଖା କରିଥିଲେ ।

ବିଗ ବି ଏହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାକୁ ପୋଷ୍ଟ କରିବା ପରେ ବିଗ ବି ଲେଖିଛନ୍ତି “ଏହି ସ୍ନେହ ଭଲ ପାଇବା ପାଇଁ , ଯେ କୌଣସି ପ୍ରୟାସ ଛୋଟ ।” ବିଗ ବି ଏହି ପୋଷ୍ଟରେ ଏକ କ୍ଲୋଜ ଫଟୋ ପୋଷ୍ଟ କରିଛନ୍ତି । ଯେଉଁ ଫଟୋରେ ବିଗ ବି ଫ୍ୟାନ୍ସ ମାନଙ୍କୁ ହାତ ଯୋଡୁଥିବା ଦେଖିବାକୁ ମିଳୁଛି । ଏହା ଛଡା ଫଟୋରେ ଦେଖିବାକୁ ମିଳିଛି ଅମିତାଭ ଫୁଲମାଳରେ ଭରପୁର ଅଛନ୍ତି । ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳୁଛି ଫ୍ୟାନ୍ସ ମାନେ ଲମ୍ବା ଲାଇନରେ ଠିଆ ହୋଇ ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଉଛନ୍ତି । ବିଗ ବିଙ୍କ ଜନ୍ମ ଦିନରେ ଏକ ଖାସ ପୂଜା ମଧ୍ୟ ତାଙ୍କ ଜନ୍ମ ଦିନରେ ତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଏହାର ଏକ ଝଲକ ତାଙ୍କ ନାତୁଣୀ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ ।