fbpx

ପଞ୍ଜାବରେ AAPକୁ ବଡ଼ ଝଟକା, ବିଦ୍ୟୁତ୍ ଉପରେ ସବସିଡି ହଟାଇଲେ ଭଗବନ୍ତ ସରକାର

ଚଣ୍ଡିଗଡ଼: ପଞ୍ଜାବରେ ଆପକୁ ଲାଗିଛି ବଡ଼ ଝଟକା । ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳୁଥିବା ସବସିଡିକୁ ହଟାଇଛନ୍ତି ଭଗବନ୍ତ ସରକାର । ଗରୁବାର ପଞ୍ଜାବ କ୍ୟାବିନେଟରେ ହୋଇଥିବା ଏକ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧିକୁ ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା । କୁହାଯାଉଛି ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଭଗବନ୍ତ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

ଚଳିତ ବର୍ଷ ମାର୍ଚ୍ଚରେ ଉପସ୍ଥାପିତ ହୋଇଥିବା ବଜେଟରେ ରାଜ୍ୟ ଅର୍ଥ ମନ୍ତ୍ରୀ ହରପାଲ ଚୀମା ଆକଳନ କରିଥିଲେ ଯେ ୨୦୨୪-୨୫ ସୁଦ୍ଧା ରାଜ୍ୟର ଋଣ ୩.୭୪ ଲକ୍ଷ କୋଟିରେ ପହଂଚିବ । ଏହା ରାଜ୍ୟର ମୋଟ୍ ଜିଡିପିର ୪୬%ରୁ ଅଧିିକ(୮ ଲକ୍ଷ କୋଟିରୁ ଅଧିକ) । ପଞ୍ଜାବର ଆର୍ଥିକ ସ୍ଥିତି ଭଲ ନଥିବାରୁ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଭଗବନ୍ତ ମାନ ୧୬ତମ ଅର୍ଥ ଆୟୋଗରୁ ରିଲିଫ୍ ପ୍ୟାକେଜ୍ ବାବଦକୁ ୧.୩୨ ଲକ୍ଷ କୋଟି ଟଙ୍କା ଦାବି କରିଥିଲେ । ମାଗଣା ଉପହାର ଦେଇ ସରକାରୀ ଟ୍ରେଜେରୀ ଖାଲି କରିଥିବାରୁ ଆପ୍ ବର୍ତ୍ତମାନ ସମାଲୋଚନାର ଶିକାର ହେଉଛି । ପଞ୍ଜାବ ସରକାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ଅର୍ଥ ମନ୍ତ୍ରୀ ହରପାଲ ସିଂହ କହିଥିଲେ କି ପେଟ୍ରୋଲ ଉପରେ VAT ୬୧ ପଇସା ଏବଂ ଡିଜେଲ ଉପରେ ୯୨ ପଇସା ପ୍ରତି ଲିଟର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି । ଇନ୍ଧନ ଉପରେ VAT ବୃଦ୍ଧି ହେତୁ ଡିଜେଲରୁ ୩୯୫ କୋଟି ଏବଂ ପେଟ୍ରୋଲରୁ ୧୫୦ କୋଟି ଟଙ୍କା ରାଜସ୍ୱ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ଅପପକ୍ଷରେ ରାଜ୍ୟ ଟ୍ରେଜେରୀ ଉପରେ ଚାପ କମ୍ କରିବା ପାଇଁ ବିଦ୍ୟୁତ୍ ଉପରୁ ସବସିଡି ହଟାଇବା ସରକାରଙ୍କ ରଣନୀତିର ଏକ ଅଂଶ ।

Get real time updates directly on you device, subscribe now.