fbpx
BSKY
BJD MC SKY
BJD MS SKY

ଦିଲ୍ଲୀ ହାଇକୋର୍ଟରୁ Whatsapp ଓ Facebook କୁ ବଡ଼ ଝଟକା: ଜାରି ରହିବ CCIର ଯାଞ୍ଚ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏବଂ ଫେସବୁକକୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ)ର ଯାଞ୍ଚ ଜାରି ରହିବ । ଦିଲ୍ଲୀ ହାଇକୋର୍ଟର ଡବଲ୍ ବେଞ୍ଚ ଫେସବୁକ୍ ଏବଂ ହ୍ୱାଟ୍ସଆପର ସିସିଆଇ ଯାଞ୍ଚ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛି ।

ତେବେ ପୂର୍ବରୁ ଏକକ ବେଞ୍ଚ ମଧ୍ୟ ଉଭୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହା ବିରୋଧରେ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ହାଇକୋର୍ଟର ଡବଲ୍ ବେଞ୍ଚରେ ଆବେଦନ କରିଥିଲେ । ତେବେ ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସିରେ ଉପଭୋକ୍ତାମାନଙ୍କ ଡାଟା ଫେସବୁକ୍ ଏବଂ ଏହାର ଅନ୍ୟ କମ୍ପାନୀଗୁଡିକ ସହିତ ଅଂଶୀଦାର କରିପାରିବେ । ସିସିଆଇ ୨୦୨୧ ର ହ୍ୱାଟ୍ସଆପର ଅପଡେଟ୍ ପ୍ରାଇଭେସି ପଲିସି ଉପରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହାକୁ ଚ୍ୟାଲେଞ୍ଜ କରାଯାଇଥିଲା ।

ସିସିଆଇର  କହିବା ଅନୁଯାୟୀ ହ୍ୱାଟ୍ସଆପ ଗ୍ରାହକଙ୍କ ତଥ୍ୟକୁ ଅଧିକ ମାତ୍ରାରେ ସଂଗ୍ରହ କରୁଛି ଏବଂ ନିଜ ପ୍ରଭାବ ଦୁରୁପଯୋଗ କରୁଛି । ନୂଆ ପଲିସି ଅନୁଯାୟୀ ହ୍ୱାଟ୍ସଆପ ବିଜ୍ଞାପନ ପାଇଁ ନିଜ ଗ୍ରାହକଙ୍କ ତଥ୍ୟକୁ ସଂଗ୍ରହ କରିବା, ଏହାର ବ୍ୟବହାର  ଏବଂ ଫେସବୁକ ସହିତ ସେୟାର କରିବା ସଂପୂର୍ଣ୍ଣ ଭୁଲ । ଏହା ସିଧାସଳଖ ଭାବରେ ବଜାରରେ ନିଜ ସ୍ଥିତିର ଦୁରୁପଯୋଗ ।

Get real time updates directly on you device, subscribe now.