fbpx

ବଡ଼ ଖବର: ରାଜ୍ୟର ୨୮ଜିଲ୍ଲାରୁ ଆଜି ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): ରାଜ୍ୟର ୨୮ଜିଲ୍ଲାରୁ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣ ସଙ୍ଗରୋଧ କେନ୍ଦ୍ରରୁ ୬୬୨ ଓ ୪୦୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମ ଜିଲ୍ଳାରୁ ସର୍ବାଧିକ ୨୪୫, ଖୋର୍ଦ୍ଧାରୁ ୧୯୪, ସୁନ୍ଦରଗଡ଼ରୁ ୧୧୨, ଗଜପତିରୁ ୮୮, କୋରାପୁଟରୁ ୬୬, କଟକରୁ ୬୧, ବାଲେଶ୍ୱରରୁ ୨୯, ନୟାଗଡ଼ରୁ ୨୯, ବଲାଙ୍ଗୀରରୁ ୨୬, ନବରଙ୍ଗପୁରରୁ ୨୬, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧, ଅନୁଗୁଳରୁ ୨୦, ମୟୁରଭଞ୍ଜରୁ ୨୦, କଳାହାଣ୍ଡିରୁ ୧୯, ପୁରୀରୁ ୧୬, ଝାରସୁଗୁଡ଼ାରୁ ୧୨, ଯାଜପୁରରୁ ୧୨, ନୂଆପଡ଼ାରୁ ୧୧, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୮, ବରଗଡ଼ରୁ ୫, ଭଦ୍ରକରୁ ୪, ଜଗତସିଂହପୁରରୁ ୩, ଦେବଗଡ଼ରୁ ୨, ସୋନପୁରରୁ ୨, ଢ଼େଙ୍କାନାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.