fbpx

BIG BREAKING: ଘାଟିରୁ ୩୦ ଫୁଟ୍ ତଳକୁ ଓଲଟିଲା ଗାଡି, ୩୦ ଆହତ, ୧୦ ଗୁରୁତର

ଓଡ଼ିଶା ଭାସ୍କର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବାଙ୍କେଶ୍ଵରୀ ଘାଟିରେ ବଡ଼ ଧରଣର ଦୁର୍ଘଟଣା। ଘାଟିରୁ ଗାଡି ତଳକୁ ଓଲଟିବାରୁ ୪୦ ଜଣ ଯାତ୍ରୀ ଆହତ। ବାଙ୍କେଶ୍ଵରୀ ପୀଠରୁ ଫେରୁଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ପିକଅପ ଗାଡ଼ିଟି ଘାଟିରୁ ପାଖାପାଖି ୩୦ ଫୁଟ ତଳକୁ ଖସି ପଡିଥିଲା। ଗାଡ଼ିରେ ୫୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବା କୁହାଯାଉଛି। ତେବେ ଦୁର୍ଘଟଣାରେ ମୋଟ ୪୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ନାବାଳକର ମୃତ୍ୟୁ ଘଟିଛି। ସେହିପରି ୧୦ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ୩୦ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.