fbpx

BIG BREAKING: ପୁଣି ୪୯ ଜଣ ସାଂସଦ ହେଲେ ନିଲମ୍ବିତ

ନୂଆଦିଲ୍ଲୀ: ଆକ୍ସନ ମୋଡ଼ରେ ଲୋକସଭା ବାଚସ୍ପତି ଓମ ବିର୍ଲା। ଆଜି ପୁଣି ସେ ୪୯ ଜଣ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରିଛନ୍ତି। ତେବେ ଏଯାବତ ଲୋକସଭାରୁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି। ଅନ୍ୟପଟେ ବାଚସ୍ପତିଙ୍କ ଏଭଳି ବଡ଼ ଆକ୍ସନକୁ ନେଇ ସବୁଠି ଚର୍ଚ୍ଚା ଦେଖିବାକୁ ମିଳୁଛି। ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ଏହି ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଉଥିବା କାରଣ ଦର୍ଶାଯାଉଛି।

ସୂଚନା ଥାଉକି, ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ‌ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। କିନ୍ତୁ ଏହି ଦାବି ମାନିବାକୁ ସରକାର ନାରାଜ। ଅନ୍ୟପକ୍ଷରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି। ଗୋଟିଏ ଦିନ ପୂର୍ବରୁ ସଂସଦର ଉଭୟ ଗୃହରୁ ୭୮ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଆଜି ପୁଣି ୪୯ ଜଣଙ୍କୁ ନିଲମ୍ବନ କରାଯାଇଛି। ଏବେ ସୁଦ୍ଧା ସଂସଦରୁ ସମୁଦାୟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇ ସାରିଲାଣି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ଶଶୀ ଥରୁର, ମନୀଷ ତିୱାରୀ ଏବଂ କେ ଚିଦାମ୍ବରମ୍, ଏନସିପିର ସୁପ୍ରିୟା ସୁଲେ, ଫାରୁକ୍ ଅବଦୁଲ୍ଲା, ସମାଜବାଦି ପାର୍ଟିର ଡିମ୍ପଲ୍ ଯାଦବ, ଡିଏମକେର ଏସ୍‌ ସେଣ୍ଟିଲ କୁମାର, ଆମ୍ ଆଦମୀ ପାର୍ଟିର ସୁଶୀଲ କୁମାର ରିଙ୍କୁ ଏବଂ ସୁଦୀପ ବାନ୍ଧୋପାଧ୍ୟାୟ ଅଛନ୍ତି। ସାଂସଦମାନଙ୍କୁ ନିଲମ୍ବନ କରିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଣିଛନ୍ତି।

 

Get real time updates directly on you device, subscribe now.