Big Breaking: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି, ୟୁଏଇକୁ ହାଲକାରେ ନେବନି ଟିମ୍ ଇଣ୍ଡିଆ…
୮ଥର ବିଜେତା ତଥା ଏଥରର ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାରଠାରୁ ତା’ର ଏସିଆ କପ୍ ଅଭିଯାନ ୟୁଏଇ ବିପକ୍ଷରେ ଆରମ୍ଭ କରିଛି।
ଓଡ଼ିଶା ଭାସ୍କର: ଏସିଆ କପରେ ଭାରତ ଓ ୟୁଏଇ ମଧ୍ଯରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆ ଏସିଆ କପ ପାଇଁ ପ୍ରସ୍ତୁତ ହୋଇ ସାରିଛି । ଏହି ଟ୍ରଫି ଉପରେ କବ୍ଜା କରିବା ପାଇଁ ଦଳ ଆପ୍ରାଣ ଉଦ୍ୟମ କରିବ ।
ପଢ଼ନ୍ତୁ ଅଧିକ ଖବର…ଏହି ଦିନଠୁ ଆରମ୍ଭ ହେବ ଟି-20 ବିଶ୍ୱକପ, 55 ଟି ମ୍ୟାଚ, ଲଢ଼ିବେ 20 ଦଳ, ଜାଣନ୍ତୁ ଡିଟେଲ୍ସ…
୮ଥର ବିଜେତା ତଥା ଏଥରର ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାରଠାରୁ ତା’ର ଏସିଆ କପ୍ ଅଭିଯାନ ୟୁଏଇ ବିପକ୍ଷରେ ଆରମ୍ଭ କରିଛି। ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଦ୍ବିତୀୟ ଏବଂ ମୋଟ ଉପରେ ନବମ ଥର ଲାଗି ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଥିବା ଭାରତୀୟ କ୍ରିକେଟ୍ ଦଳ ଏଥିଲାଗି ପୂରା ପ୍ରସ୍ତୁତ ଥିଲା ବେଳେ ଅନଭିଜ୍ଞ ୟୁଏଇ୍କୁ ଆଦୌ ହାଲ୍କା ଭାବେ ନେବ ନାହିଁ ବୋଲି ସଙ୍କେତ ଦେଇଛି। ଏହି ମୁକାବିଲାରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ୟୁଏଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ।
ଭାରତୀୟ ଟିମ୍: ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ରକ୍ଷକ), ହାର୍ଦିକ ପାଣ୍ଡ୍ୟା( ବ୍ୟାଟିଂ ଅଲରାଉଣ୍ଡର), ଅକ୍ଷର ପଟେଲ ବୋଲିଂ (ଅଲରାଉଣ୍ଡର), (ବ୍ୟାଟିଂ ଅଲରାଉଣ୍ଡର), ଶିଭମ ଦୁବେ (ବ୍ୟାଟିଂ ଅଲରାଉଣ୍ଡର), କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।
ୟୁଏଇ ଟିମ୍: ମହମ୍ମଦ ୱାସିମ (ଅଧିନାୟକ), ଆଲିସାନ ସାଫୁ, ରାହୁଲ ଚୋପ୍ରା (ୱିକେଟ୍ରକ୍ଷକ), ଆସିଫ ଖାନ୍, ମହମ୍ମଦ ଫାରୁକ୍, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା, ହାଇଦର ଅଲୀ, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ।