fbpx

Big Breaking : ପୋଖରୀରେ ବୁଡ଼ି ଛାତ୍ର ମୃତ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତିରେ ଘଟିଲା ଅଘଟଣ । ରାଜଧାନୀର ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଛାତ୍ର ଜଣକ ଖଣ୍ଡଗିରି ବାବା ଆଶ୍ରମରେ ରହୁଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ, ଖଣ୍ଡଗିରି ବାବା ଆଶ୍ରମରେ ରହୁଥିବା ଛାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ତାଙ୍କ ନାମ ହେଉଛି ଓମ ପ୍ରକାଶ ପ୍ରଧାନ । ଗାନ୍ଧି ଜୟନ୍ତି ପାଳନ ପାଇଁ ଆସି ସ୍କୁଲକୁ ନଯାଇ ପୋଖରୀକୁ ଯାଇଥିଲେ । ସେତିକି ବେଳେ ଘଟିଲା ଏହି ଅଘଟଣା । ଓମ ବରମୁଣ୍ଡାର ପୌର ବିଦ୍ୟାଳୟର ପଡୁଥିଲେ ।

Get real time updates directly on you device, subscribe now.