fbpx

Old Pension Schemeକୁ ନେଇ ଆସିଲା ଖୁସି ଖବର: ବଡ ପରିବର୍ତ୍ତନ ଆଣିପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ: ସାରା ଦେଶରେ ପୁରୁଣା ପେନସନ ଯୋଜନାକୁ ନେଇ ଲଗାତାର ଭାବେ ଦାବି କରାଯାଉଛି । ନୂଆ ପେନସନ ଯୋଜନା ଅନୁସାରେ, ପୁରୁଣା ପେନସନ ଯୋଜନାକୁ ଅଧିକାଂଶ ରାଜ୍ୟରେ ଫେରାଇ ଆଣିବା ପାଇଁ ଦାବି ହେଉଛି । ଏପରିକି ଅନେକ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରି ଦିଆଯାଇଛି । ତେବେ ଏହାମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାକୁ ନେଇ ଆଣିଛନ୍ତି ଏକ ବଡ ଖୁସି ଖବର । ନୂଆ ପେନସନ ଯୋଜନାରେ କିଛି ବଡ ପରିବର୍ତ୍ତନ ଆଣିପାରନ୍ତି ମୋଦି ସରକାର ।

ସୂଚନା ଅନୁସାରେ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ରାଜ୍ୟରେ ପ୍ରଥମରୁ ହିଁ ନୂଆ ପେନସନ ଯୋଜନା ବନ୍ଦ କରି ପୁରୁଣା ପେନସନ ଯୋଜନା ଲାଗୁ କରି ଦିଆଯାଇଛି । ସରକାରୀ ସମ୍ପତ୍ତି ଉପରେ କୌଣସି ବୋଝ ନ ଦେଇ ସରକାର ବର୍ତ୍ତମାନର ପେନସନ ସିଷ୍ଟମରେ ପରିବର୍ତ୍ତନ କରିବା ପାଇଁ କହିଛନ୍ତି ସରକାରୀ କର୍ମଚାରୀ । ଏହାଦ୍ୱାରା କର୍ମଚାରୀମାନଙ୍କୁ କିମ୍ବା ସେମାନଙ୍କ ପେନସନରେ କୌଣସି ଅସୁବିଧା କିମ୍ବା କ୍ଷତିର ସାମନା କରିବାକୁ ପଡିବ ନାହିଁ । ଅଧିକାରୀମାନଙ୍କ କହିବା ଅନୁସାରେ, ସରକାର ଏନପିଏସରେ ଏମିତି ଏକ ପରିବର୍ତ୍ତନ କରନ୍ତୁ ଯେଉଁଥିରେ ୪୧.୭ପ୍ରତିଶତର ଏକ ବଡ ଆମାଉଣ୍ଟ ରିଟର୍ଣ୍ଣ ମିଳିପାରିବ । ଏହି ମଡେଲ ଓପିସିର ବିପରୀତ ଏବଂ ଏହା ଏକମାତ୍ର ସମସ୍ୟା ବୋଲି କହିଛନ୍ତି ଅଧିକାରୀ ।

ତେବେ ପୁରୁଣା ପେନସନ ଯୋଜନା ଏହା ଅପେକ୍ଷା ଖୁବ ଭିନ୍ନ । ଓପିଏସରେ ଅବସର ପରେ କର୍ମଚାରୀଙ୍କୁ ଦରମାର ଅଧା ଟଙ୍କା ପେନସନ ଆକାରରେ ଦିଆଯାଇଥାଏ । କିନ୍ତୁ ନୂଆ ପେନସନ ସ୍କିମରେ କର୍ମଚାରୀଙ୍କ ବେସିକ ସାଲାରୀ ସହିତ ଡିଏ ୧୦ ପ୍ରତିଶତ କାଟ୍ ହୋଇଥାଏ । ପୁରୁଣା ପେନସନ ଯୋଜନାରେ କର୍ମଚାରୀ ସମ୍ପୂର୍ଣ୍ଣ ପେନସନ ପାଇଥାନ୍ତି । ଏହାବ୍ୟତୀତ ପୁରୁଣା ପେନସନ ଯୋଜନାରେ ୬ ମାସ ପରେ ମିଳୁଥିବା ଡିଏର ମଧ୍ୟ ପ୍ରାବଧାନ ରହିନଥାଏ ଏବଂ ଏହା ସରକାରଙ୍କ ଟ୍ରେଜେରୀ ଦ୍ୱାରା ହିଁ ପେମେଣ୍ଟ କରାଯାଏ । ଯାହା ନୂଆ ପେନସନ ଯୋଜନାରେ କୌଣସି ନିଶ୍ଚିତତା ରହିନାହିଁ ।

Get real time updates directly on you device, subscribe now.