fbpx

ବଡ଼ ବଡ଼ ପାଦ ଚିହ୍ନ, ବିକଟାଳ ଶବ୍ଦ: ୨୦ ହଜାର ଲୋକ ଆସିଥିଲେ କିନ୍ତୁ ଏଠାରୁୁ କେହି ଫେରି ନାହାନ୍ତି…

ନୂଆଦିଲ୍ଲୀ: ବିଶ୍ୱରେ ଏମିତି ଅନେକ ଜିନିଷ ରହିଛି, ଯାହାର ରହସ୍ୟ ଜାଣିବା ସମ୍ଭବ ହୋଇ ପାରନାହିଁ । ଏମିତି ବି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟ ଖୋଜିବା ତ ଦୂରର କଥା, ସେଠାକୁ ଯିବା ପାଇଁ ବି ଭୟ ଲାଗେ । ଏଭଳି ଏକ ସ୍ଥାନ ହେଉଛି ଆମେରିକାର ଟ୍ରାଇଆଙ୍ଗଲ ମିଷ୍ଟ୍ରି । ବର୍ତ୍ତମାନ ଏହା ପୃଥିବୀର ଏକ ରହସ୍ୟମୟୀ ସ୍ଥାନ ପାଲଟିଯାଇଛି ।  ୧୯୭୦ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଏଠାକୁ ୨୦ ହଜାର ଲୋକ ଆସିଛନ୍ତି ସତ, କିନ୍ତୁ ଏବେ ପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରୁନାହିଁ । ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି ।

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏବଂ ସରକାର ନିକଯରେ ୟୁଏଫଓ ଏବଂ ଏଲିୟନ୍ ଭଳି ଘଟଣା ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । ତେବେ ଅଲାସ୍କା ଟ୍ରାଇ ଆଙ୍ଗଲ ନାମରେ ନାମିତ ଏହି ସ୍ଥାନ ପଛରେ ଖୁବ ଭୟଙ୍କର କାହାଣୀ ଲୁଚି ରହିଛି । କୁହାଯାଏ ଯେ, ଏଠାରେ ୟୁଏଫଓ ଦେଖାଯିବା ସହିତ ଭୂତ-ପ୍ରେତଙ୍କ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ । ଏହାବ୍ୟତୀତ ଏଠାରେ ବିରାଟ ବଡ଼ ବଡ଼ ପାଦ ଚିହ୍ନ ଦେଖିବାକୁ ମିଳିଥାଏ, ଯାହା ଆକୃତିରେ ଖୁବ ବିଶାଳ ଏବଂ ଭୟାନକ ମଧ୍ୟ । ୧୯୭୦ ମସିହା ପରେ ଆଜି ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକ ଏଠାରୁ ଗାଏବ ହୋଇଥିବା ଜାଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ୟୁଏଫଓ ଦେଖିଥିବା ବେସ୍ ସ୍ମିଥ କହିଛନ୍ତି ଯେ, ଏହା ଏକ ଭିନ୍ନ ପ୍ରକାରର ତ୍ରିଭୂଜ ଆକାରର ଶକ୍ତ ଜିନିଷ ଥିଲା । ଆମେ ଜାଣିଥିବା ଏୟାରକ୍ରାଫ୍ଟସରୁ ଅଲଗା ଭଳି ଉଡ଼ୁଥିଲା ଏହି ୟୁଏଫଓ । ଏଥିରୁ କୌଣସି ଶବ୍ଦ ମଧ୍ୟ ଆସୁନଥିବା କହିଛନ୍ତି ସେହି ବ୍ୟକ୍ତି ଜଣକ । ବେସ୍ ସ୍ମିଥ ଯେଉଁଠାରେ ଏହି ୟୁଏଫଓକୁ ଦେଖିଥିଲେ, ସେଠାରୁ ୧୧ ମାଇଲ ଦୂରରେ ରହୁଥିବା ମାଇକେଲ ଡିଲ୍ଲନ କହିଛନ୍ତି ଯେ ସେ ମଧ୍ୟ ଏଭଳି ଏକ ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି ।

୧୯୭୦ ମସିହାରୁ ଆଙ୍କୋରେଜ୍ ଏବଂ ଜୁନାଉ ଠାରୁ ଦକ୍ଷିଣ ଉପକୂଳରେ ଥିବା ଉତକିଆଗିକ୍ ପର୍ୟ୍ୟନ୍ତ ୨୦,୦୦୦ ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି। ଏହାବ୍ୟତୀତ ଏଠାରେ ବିରାଟ ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା ।  ଲୋକମାନେ ଭାବନ୍ତି ଯେ ମାଂସ ଖାଉଥିବା କିଛି ବଡ ପ୍ରାଣୀ ସେମାନଙ୍କୁ ନେଇଯାଇଛନ୍ତି ।  ଉଦ୍ଧାର କର୍ମଚାରୀମାନେ ନିଖୋଜ ଲୋକଙ୍କୁ ଖୋଜୁଥିବା ବେଳେ ଭୂତ ସ୍ୱର ଶୁଣିବା ସହିତ ମୁଣ୍ଡ ବୁଲାଇବା ଏବଂ ବିବ୍ରତ ଅନୁଭବ କରୁଥିବା ଜଣାଇଛନ୍ତି। ରାତିରେ ଆକାଶରେ ଆଲୋକ ଦେଖିବାର ଘଟଣା ମଧ୍ୟ ରହସ୍ୟ ହୋଇ ରହିଛି ।

Get real time updates directly on you device, subscribe now.